- ଗୁଣାତ୍ମକ ଶିକ୍ଷା ଆରୋହଣ ସାଙ୍ଗକୁ ଗୁଣାତ୍ମକ ଆଚରଣ ଆବଶ୍ୟକ : ଉପଜିଲ୍ଲାପାଳ ଶ୍ରୀ ସେଠୀ
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟର ଏକ ସଭାକୁ ଶନିବାର ଦିନ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଇଥିଲେ । ଉକ୍ତ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣେ ଶିକ୍ଷକ ସ୍ମାର୍ଟ କ୍ଲାସ କୋଠରୀରେ ପାଠ ପଢାଉଥିବା ଉପଜିଲ୍ଲପାଳ ଦେଖିବାକୁ ପାଇଥିଲେ । ଏହାପରେ ଉକ୍ତ ପାଠ ପଢା ଚାଲିଥିବା ଶ୍ରେଣୀ ଗୃହକୁ ଉପଜିଲ୍ଲାପାଳ ଯାଇ ଶିକ୍ଷକଙ୍କୁ ପଚାରି ବୁଝିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କିଛି ସମୟ ପର୍ଯ୍ୟନ୍ତ ପାଠ ପଢ଼ାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ ପରିସର ସଫା ରଖିବାକୁ ତାଗିତ କରିବା ସହ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଉପଜିଲ୍ଲାପାଳଙ୍କ ଏହିପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୂରି ଭୂରି ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି ।