oom

ଅଘରିଆ ସମାଜର ମୁଖପତ୍ର ‘ଅଘରିଆ ଜ୍ୟୋତି’ର ବିଂଶ ସଂଖ୍ୟା ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଘରିଆ ପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅବସରରେ ୮୪ ଘର ଅଘରିଆ ସମାଜର ବାର୍ଷିକ ମୁଖପତ୍ର ‘ଅଘରିଆ ଜ୍ୟୋତି’ ବିଂଶ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ଜାତିର ମୂଳପୀଠ ଓ ଜାତିର ଦେବତା ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା ପରେ ପୁସ୍ତକ ଟିକୁ ପ୍ରଭୁଙ୍କ ଶ୍ରୀଚରଣରେ ଭକ୍ତି ନୈବେଦ୍ୟ ସ୍ୱରୂପ ସମର୍ପଣ କରାଯାଇଥିଲା । ଉନ୍ମୋଚନ ଉତ୍ସବରେ ଜିଲ୍ଲା ଅଘରିଆ ସମାଜର ସଭାପତି ହରିଶଙ୍କର ସାଏ, ମୁଖ୍ୟ ସମ୍ପାଦକ ରାମଚନ୍ଦ୍ର ପଟେଲ ପୂଜାର୍ଚ୍ଚନା ତଥା ପୁଷ୍ପାଞ୍ଜଳି ଦେଇଥିଲେ । ସଂପାଦନା ମଣ୍ଡଳୀର ସଭ୍ୟ ଦିଗାମ୍ବର ନାଏକ, ସନ୍ତୋଷ ରାଉତ, ସୁରଥ ନାଏକ, ଭବାନୀ ଶଙ୍କର ପଟେଲ, ହରେକୃଷ୍ଣ ପଟେଲଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀର ସଭାପତି ହରିଶଙ୍କର ପଟେଲ, ଉପ-ସଭାପତି ଷଢାନନ ରାଉତ, ମଣ୍ଡଳ ସଭାପତି ଦ୍ୱାରିକାନାଥ ପଟେଲ, ଜଗବନ୍ଧୁ ପଟେଲ, ଦୁଷ୍ମନ୍ତ ପଟେଲ, ଗୁଡି ସଭାପତି ବୃନ୍ଦାବନ ନାଏକ, ଧୋବାଇ ଚରଣ ପଟେଲ, ଦାମୋଦର ପଟେଲ, ଉଦୟନାଥ ପଟେଲ, ମନୋରଞ୍ଜନ ସାଏ, ଗୋବିନ୍ଦ ପଟେଲ, ଯୋଗେଶ୍ୱର ନାଏକ, ଉତ୍ତମ ପଟେଲ, ଚୈତନ୍ୟ ପଟେଲ, ମଣ୍ଡଳ ସଭାପତି ମକୁନ୍ଦ ପଟେଲ, ଜୟଚନ୍ଦ୍ର ପଟେଲ, ଅଖୀଳ ଭାରତୀୟ ଅଘରିଆ ସମାଜ ଓଡିଶା ପ୍ରାନ୍ତର ଉପସଭାପତି ଦୀନବନ୍ଧୁ ନାଏକ, ଆଂଚଳିକ କମିଟୀ ବଲାଙ୍ଗିରର ଉପସଭାପତି ଶଶି ଭୂଷଣ ସାଏ, ନିର୍ବାଚନ ଅଧିକାରୀ ନିଳମଣୀ ପଟେଲ ପ୍ରମୁଖ ଉନ୍ମୋଚନ ତଥା ସମର୍ପଣ ଉତ୍ସବରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.