ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୩ ଆହତ, ୨ ଗୁରୁତର

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରୁ ବନ୍ଧପାରିକୁ ସଂଯୋଗ କରୁଥିବା ରାସ୍ତା ଡୁମେରମୁଣ୍ଡା ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନିଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକରେ କାନକୁଟ୍ରୁ ଗ୍ରାମପଞ୍ଚାୟତର ମଟକେରା ଓ ବେନଗାଁ ଗ୍ରାମପଞ୍ଚାୟତ ଲିଟିବଣ୍ଡେଲ ଗାଁର ଜଣେ ଯୁବକ ଥିବାବେଳେ ଆଉ ଗୋଟିଏ ବାଇକରେ ଲାଞ୍ଜିଗଡରୋଡ ଗ୍ରାମପଞ୍ଚାୟତ ସିକେରକୁପା ଗାଁର ଗୋଟିଏ ପରିବାରର ତିନିଜଣ ଥିବା ଜଣାପଡିଛି । ଦୁର୍ଘଟଣା ଘଟିବାର କିଛି ସମୟ ମଧ୍ୟରେ ସେଇ ରାସ୍ତା ଦେଇ ଫେରୁଥିବା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ସେମାନଙ୍କୁ ମୁର୍ମୁଷୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।

Leave A Reply

Your email address will not be published.