jsm

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଝିରପାଣି ସ୍ଥିତ ସାଇନିଂ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ସଭପତିତ୍ୱ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱ ଓ ଉପଦେଷ୍ଟା ରାହୁଲ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, ସଂଜୀବ ମହାନ୍ତି, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ରାଜେନ୍ଦ୍ର ପଣ୍ଡା, ଆଇନଜୀବୀ ଚନ୍ଦ୍ରଭାନୁ ଦାଶ, ସାମନ୍ଥା ପିଲାଇ, ଜୋସ୍ନା ନାୟକ, ପରଭେଜ ଅରୋରା, ବିଶ୍ୱଜିତ ମଲ୍ଲିକ ଓ ଛବି ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଅନ୍ତାକ୍ଷରୀ, ସଂଗୀତ, ନୃତ୍ୟ, ପ୍ରଶ୍ନୋତ୍ତର ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଂପାଦକ ଶ୍ରୀମତୀ କୁମ୍ଭାର ଅନୁଷ୍ଠାନ ସଂପର୍କରେ କହିଥିବା ବେଳେ ସଭାପତି ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଶେଷରେ ଅନ୍ତେବାସୀଙ୍କ ମଧ୍ୟରେ ଏକ ରାମ୍ପ ସୋ ଅନୁଷ୍ଠିତ ହୋଇଥିଲା । ବିଚାରକ ମଣ୍ଡଳୀର ନିର୍ଣ୍ଣୟରେ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉପଦେଷ୍ଟା ଶର୍ମିଲା ରାଜଗୁରୁ, ରୀତା ସାମଲ, ନମିତା ରାଉତ, ସୁରେନ୍ଦ୍ର ପତ୍ରୀ, ଶାନ୍ତିଲତା ବେହେରା, ଅସ୍ମିତା ମହାନ୍ତି, ସ୍ୱର୍ଣ୍ଣ ବିଶୋଇ, କନିଷ୍ଠ ବିଭାଗର ସଭାପତି ସୁଶ୍ରୀ ବିଶାଖା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.