ଶ୍ରୀ ଅରବିନ୍ଦ ଯୋଗ ମନ୍ଦିର ଆନୁକୂଲ୍ୟରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ” ଶୀର୍ଷକ ମଣ୍ଡଳ ସ୍ତରୀୟ ସମ୍ପାନ ଆୟୋଜିତ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର୍ ୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗ ମନ୍ଦିରର ଏନେକ୍ସ ହଲରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ” ଶୀର୍ଷକ ଏକ ମଣ୍ଡଳ ସ୍ତରୀୟ ସମ୍ପାନ ଆୟୋଜିତ ହୋଇ ଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମା’ଙ୍କ ଯନ୍ତ୍ର ସଂଗୀତ ସହ ନୀରବତା ଅଵଲମ୍ବନ ରୁ । ଶିକ୍ଷୟତ୍ରୀ ଜୟଶ୍ରୀ ମାନକି ଶ୍ରୀ ଅରବିନ୍ଦ କୃତ ସାବିତ୍ରୀ ମହାକାବ୍ୟର ଆବୃତ୍ତି କରିଥିଲା ବେଳେ ନମିତା ନାୟକ ମାତୃବନ୍ଦନା କରିଥିଲେ ଓ ଯୋଗମନ୍ଦିରର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷାବିତ ଡଃ କିଶୋରୀ ଦାଶ ବିଷୟ ବସ୍ତୁର ପ୍ରାରମ୍ଭିକ ଅବତାରଣା କରିଥିଲା ବେଳେ ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରିଥିଲେ ଖୋର୍ଦ୍ଧା ଡିଆଇଇଟିର ଅଧ୍ୟକ୍ଷ ଡ. ତାପସ ନାୟକ ଓ ସଂଯୋଜନା କରିଥିଲେ ରଂଜିତ ଦାଶ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା କ୍ଷେତ୍ରରେ ଶ୍ରୀ ଅରବିନ୍ଦଙ୍କ ଦର୍ଶନ କିପରି ପରିବର୍ତ୍ତନ ଆଣି ପାରିବ ତାହା ଉଲ୍ଲେଖ କରିବା ସହ ଜାତୀୟ ଶିକ୍ଷାନୀତି ୨୦୨୦ରେ ମଧ୍ୟ ସେହି ଧାରାରେ ଛାତ୍ର ଛାତ୍ରୀମାନଙ୍କ ଚେତନାର ପରିବର୍ତ୍ତନ ଆଣିବା ସହ ପ୍ରକୃତ ଭାରତୀୟ ରୂପେ ଗଢି ତୋଳିବାର ଲକ୍ଷ୍ୟ ଉଦ୍ଦିଷ୍ଟ କିପର ରହିଛି ତାହା ଉଦାହରଣ ମାଧ୍ୟମରେ ଦର୍ଶାଇ ଥିଲେ । ଏଥିପାଇଁ ସମାଜ, ସ୍କୁଲ, ଶିକ୍ଷକ ଓ ଅଭିଭାବକମାନଙ୍କ କିପରି ଦୃଷ୍ଟିକୋଣରେ ବିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସୂଚାଇ ଥିଲେ । ମୁଖ୍ୟବକ୍ତାଙ୍କ ବକ୍ତବ୍ୟ ପରେ ଆୟୋଜିତ ପ୍ରଶ୍ନୋତ୍ତର ଅଧିବେଶନକୁ ସଂଚାଳନ କରିଥିଲେ ଶିକ୍ଷାବିତ କ୍ଷିତୀଶଚନ୍ଦ୍ର ଉଦ୍ଗାତା ଓ ଏଥିରେ ପ୍ରତିଭାଗୀ ଶିକ୍ଷକ ଓ ଅଭିଭାବକ ବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାର୍ମେଲ ସ୍କୁଲ, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ, ଆରଇସି ନୋଡାଲ ହାଇସ୍କୁଲ, ଏନଆଇଟି, ରାଉରକେଲା, ନୟାବଜ଼ାର ମୁନିସିପାଲ ହାଇସ୍କୁଲ, ସେକ୍ଟର୍ ୨୦ ଏନଏସି ହାଇସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ଜିଟିବି ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ଜଗଦା, ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର୍- ୬ ସ୍ଥିତ ଏନଏସି ଏସଟି ହାଇସ୍କୁଲର ଅଧ୍ୟକ୍ଷ ଓ ପ୍ରତିନିଧିମାନେ ଯୋଗଦାନ କରିବା ସହ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରାଜଗାଙ୍ଗପୁର, ଟେନ୍ସକ୍ଷ, ବୀରମିତ୍ରପୁର, ବଣାଇଁଗଡ, ଦିଆମୁଣ୍ଡା, କୈସୀରା, ଦେବଗଡ଼ ଓ ସୁନ୍ଦରଗଡ଼ର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଜଳଧର ମହାପାତ୍ର, ନିରୁପମା ପତି ପ୍ରମୁଖଙ୍କ ଉତ୍ତର ଅତିଥି ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନିକ ଭାବେ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଅରବିନ୍ଦ ସ୍କୁଲ, ରାଉରକେଲାର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଯେଉଁମାନେ ଆନ୍ତରିକ ସାହାଯ୍ୟ ଓ ସହଯୋଗ କରିଥିଲେ ସେମାନେ ହେଲେ ଶ୍ରୀ ଅରବିନ୍ଦ ଯୋଗମନ୍ଦିରର ଉଭୟ ସେକ୍ଟର୍ ୫ ଓ ପାୱାର ହାଉସ ରୋଡ ସ୍ଥିତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଗୀତାରାଣୀ ବେହେରା, ସଂଧ୍ୟାରାଣୀ ଲେଙ୍କା, ତପସ୍ବିନୀ କର, ଜୟଶ୍ରୀ ମାଣିକ, କଳ୍ପନା ଚୌଧୁରୀ, ଅନ୍ୱେଷା ରାଉତ, ସୁଶାନ୍ତ କୁମାର ରାଉତ, ଶ୍ରୀଧର ସାହୁ, ରଂଜିତ ଦାସ, ନସରିମ ନିଜାମ, ଦେବସ୍ମିତା ନାୟକ, ଅଞ୍ଜଳୀ ମହାନ୍ତି, ଚିତ୍ତରଞ୍ଜନ ନନ୍ଦୀ, ଅରୂପ ସୁବୁଦ୍ଧି, ବିଶ୍ୱନାଥ ଆଇଚ, ଭାଗ୍ୟ ଅପା, ଭାସ୍କର ଭାଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।