ହାତରେ ବାଣ ଫୁଟି ୨ ଗୁରୁତର

ସୋର : ବାଲେଶ୍ଵର ଜିଲ୍ଲା ପଣ୍ଡାଶୁଣି ଗ୍ରାମରେ ସେବା ସମବାୟ ସମିତି ନିର୍ବାଚନ ବିଜୟ ଶୋଭାଯାତ୍ରା ବେଳେ ହାତରେ ବାଣ ଫୁଟି ଗୁରୁତର ହେଲେ ବିଜୟୀ ସମର୍ଥକ । ଗୁରୁତର ଜଣକ ହେଲେ ଶଙ୍କର୍ଷଣ ପଣ୍ଡା । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଗୋପାଳପୁର ସେବା ସମବାୟ ସମିତି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପଣ୍ଡାଶୁଣି ଗ୍ରାମର ବିଜୟୀ ସମର୍ଥକ ଶୋଭାଯାତ୍ରା କରୁଥିଲେ । ବିଜୟୀ ଶୋଭାଯାତ୍ରାରେ ପାଣ୍ଡଶୁଣି ଗ୍ରାମର ଶଙ୍କର୍ଷଣ ପଣ୍ଡା ବାଣ ଫୁଟାଉଥିବା ବେଳେ ତାଙ୍କ ହାତରେ ବାଣ ଫୁଟିଥିଲା । ଶଙ୍କର୍ଷଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.