jayashree

ଭଗବାନଙ୍କ ଭରସାରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବହୁତ ଅବ୍ୟବସ୍ଥା ଘେରରେ ଚାଲିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ୨୧ ପଞ୍ଚାୟତର ୧୩୨ ଗାଁ ଏବଂ ବେଲପଡା ବ୍ଲକ୍‌ର କିଛି ଗାଁର ଲୋକ ନିର୍ଭର କରନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ବିଶେଷଜ୍ଞ ଡାକ୍ତର ପଦବୀ ସହ ଅନେକ ପଦବୀ ଖାଲି ପଡ଼ିରହିଛି । ତା’ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ଲୋକଙ୍କ ଅଭିଯୋଗ ଅନୁସାରେ ଏତେ ବଡ ଡାକ୍ତରଖାନାରେ କେବଳ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁରକ୍ଷାକର୍ମୀଙ୍କ ଦାୟିତ୍ଵରେ ଛାଡି ଦେଇ ଡାକ୍ତରମାନେ ନିଜ ଘରେ ଆରାମ କରୁଛନ୍ତି । ଯଦି କୌଣସି ଗୁରୁତର ରୋଗୀ ଆସନ୍ତି ତା’ହେଲେ ସେ ଆସିବେ । ଯଦି ଡାକ୍ତରଙ୍କ ଆସିବା ମଧ୍ୟରେ କୌଣସି ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଯାଏ ତାହେଲେ ସେଥି ପାଇଁ ଦାୟୀ କିଏ ହେବ । ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଓ କର୍ମଚାରୀ ମାନେ ନିଜର ମନମୁଖୀ କାର୍ଯ୍ୟ ବନ୍ଦ କରି ରୋଗୀ ସେବା ପ୍ରତି ଧ୍ୟାନ ଦିଅନ୍ତୁ ଓ ଖାଲି ଥିବା ଡ଼ାକ୍ତର ଓ ଅନ୍ୟ ପଦବୀ ସବୁ ଶୀଘ୍ର ପୁରଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଯଦି ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.