ଭୁବନେଶ୍ୱର : ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱର ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଓଡିଆ ସଂସ୍କୃତି, ପରମ୍ପରା ଓ ଚଳଣି ଉପରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ କୃତି ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ କଳିଙ୍ଗ ପୁସ୍ତକମେଳା କମିଟି ସମ୍ପାଦିକା ରେଣୁକା ମିଶ୍ର, ଡାକ୍ତର ସୃଷ୍ଟି ମହାପାତ୍ର, ନମିତା ଦାସ, ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶାନ୍ତି ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅସ୍ତିତ୍ୱର ସମ୍ପାଦିକା ଡ଼ ମମତା ଦାସ ମଞ୍ଚ ପରିଚାଳନା କରିଥିଲେ । ଲେଖିକା ଡ଼ ବାସନ୍ତି ମହାନ୍ତି, ବି ରାମଲକ୍ଷ୍ମୀ, ପ୍ରଜ୍ଞା ଦାସ, ରଶ୍ମୀତା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବେଦମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।