jsm

ଗୌରାଙ୍ଗପାଟଣା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଲେଖକ କର୍ମଶାଳା ଆୟୋଜିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ ହୋଇଯାଇଛି । ସାନରାମଚନ୍ଦ୍ରପୁର କ୍ଲଷ୍ଟର ଅନ୍ତର୍ଗତ ଗୌରାଙ୍ଗପାଟଣା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ରୁଜିତା ବେହେରା ସଭାପତିତ୍ୱ କରିଥିବା ବେଳେ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା ମୁଖ୍ୟ ଅତିଥି, କବି ଶେଷଦେବ ବେହେରା ମୁଖ୍ୟ ବକ୍ତା, ଗଞ୍ଜାମ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା ଓ ରୋହିତ ପ୍ରଧାନ ସମ୍ମାନିତ ଅତିଥି, କ୍ଲଷ୍ଟର ସିଆରସିସି ଅଭିରାମ ନାୟକ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ । କବିତା ,ଗଳ୍ପ ଓ ପ୍ରବନ୍ଧ ପଠନ କାର୍ଯ୍ୟକ୍ରମରେ ଯମୁନା ବେହେରା, ତାର୍ଜୁନ ଅଧିକାରୀ , ପ୍ରଳୟ ବେହେରା, ପ୍ରୀତିଲଗ୍ନା ବେହେରା, ସ୍ୱାଧିନ ବେହେରା, ପ୍ରଭାସ ବେହେରା, ଆଶିଷ ବେହେରା, ପ୍ରତ୍ୟୁଷ ରଞ୍ଜନ ବେହେରା, ଅର୍ଚ୍ଚିତା ବେହେରା ଆଦି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିଜ ନିଜ ଶୈକ୍ଷିକ ଦକ୍ଷତାର ପରିଚୟ ଦେଇଥିଲେ ।

ଏହି ଶୈକ୍ଷିକ କର୍ମଶାଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ କବି ଶେଷଦେବ ବେହେରାଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନିତ କରାଯାଇଥିଲା । ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନେଶ୍ଵର ବେହେରା ଓ ସହକାରୀ ଶିକ୍ଷକ ରମାକାନ୍ତ ନାୟକ ପରିଚାଳନ କରିଥିବା ବେଳେ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଅନାଦି ବେହେରା, ସୁକାନ୍ତି ବେହେରା, ଶିବରାମ ବେହେରା, ସୁକୁରିଆ ବେହେରା, ରସାନନ୍ଦ ବେହେରା, ଭୁବନେଶ୍ୱର ବେହେରା ଓ ଅଙ୍ଗନବାଡ଼ି ବସୁମତୀ କର୍ମୀ ପ୍ରମୁଖ ଅଭିଭାବକ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.