ମାନସିକ ରୋଗରେ ଆକ୍ରାନ୍ତ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ
ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ମଞ୍ଜୁଲା କୁମ୍ଭାର (୨୮)ଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଜ ମାଙ୍କ ଘରେ ରହିଛନ୍ତି । ତାଙ୍କର ଦୁଇ ଶିଶୁ କନ୍ୟାଥିବା ବେଳେ ଏହି ଦୁଇ ଶିଶୁକନ୍ୟାଙ୍କୁ ସରକାରୀ ସହାୟତା ଦିଆଯାଉ ଏବଂ ମାନସିକ ପୀଡିତା ମଞ୍ଜୁଲାଙ୍କୁ ମଧ୍ୟ ସରକାରୀ ସହାୟତା ଦିଆଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।