jsm

ଜନ କଲ୍ୟାଣ ମୂଳକ ଅଭିଯାନ “ସୁକୁନ” ଆରମ୍ଭ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଦାନ୍ୟତା ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରି ଗଢି ତୋଳି ଥାଏ । ସରଳ, ନିସ୍ଵ, ଅସହାୟ ଲୋକ ପାଇଁ କ୍ଷୁଦ୍ର ସହାୟତା ମଧ୍ୟ ଆତ୍ମତୃପ୍ତିର କାରଣ ହୋଇଥାଏ । ଏହିପରି ଏକ ଅଭିନବ ଓ ଭିନ୍ନ ପଦକ୍ଷେପ ସ୍ୱରୂପ ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ବ୍ଲୁଜୁମ୍‌ କନସେପଟ ସ୍କୁଲ ଏବଂ ଜେ. ଆଇ. ଟି. ଏମ. କଲେଜର ମିଳିତ ଆନୁକୂଲ୍ୟରେ ସମାଜର ଦରିଦ୍ର ଓ ନିସହାୟ ଲୋକମାନଙ୍କର ସହାୟତା ପାଇଁ “ସୁକୁନ” ନାମରେ ଏକ ଜନ କଲ୍ୟାଣ ମୂଳକ ଅଭିଯାନ ଆରମ୍ଭ ହୋଇଛି । “ସୁକୁନ”ଏକ ସ୍ଥାୟୀ କାର୍ଯ୍ୟକ୍ରମ ଯେଉଁଥିରେ ଅନୁଷ୍ଠାନ ଗୁଡିକର ସମସ୍ତ ଛାତ୍ରଛାତ୍ରୀ ସମେତ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠାନର ସଦସ୍ୟମାନେ ନୂଆଁ, ପୁରୁଣା କିମ୍ବା ବ୍ୟବହୃତ ହୋଇ ନଥିବା ଲୁଗା ଓ ପୋଷାକ ଗୁଡିକକୁ ଦାନ କରିବେ । ଅନୁଷ୍ଠାନର ଏକ ଯାନ ଯୋଗେ ସେହି ସବୁ ଲୁଗା ଗୁଡିକୁ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଅନଗ୍ରସର ଥିବା ପରିବାର ଗୁଡିକୁ ଦାନ କରାଯିବ । ସେଇ ଲୋକମାନେ ନିଜର ଇଚ୍ଛା ଓ ପସନ୍ଦ ମୁତାବକ ଲୁଗା ଗ୍ରହଣ କରି ପାରିବେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର କର କମଳରେ ଉଦ୍‌ଘାଟିତ ହୋଇଥିଲା । ତାଙ୍କରି ପ୍ରତକ୍ଷ ତତ୍ତ୍ୱାବଧାନ ଓ ମାର୍ଗ ଦର୍ଶନରେ ହିଁ କାର୍ଯ୍ୟକ୍ରମଟି ସଫଳ ରୂପାୟିତ ହୋଇ ପାରିଛି । କାର୍ୟ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ ଏବଂ ଉପାଧ୍ୟାକ୍ଷା କୁମାରୀ ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । କେବଳ ଶିକ୍ଷକ, ଶିକ୍ଷୟତ୍ରୀ ନୁହନ୍ତି କାର୍ଯ୍ୟକ୍ରମଟିକୁ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ କରାଇବାରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଓ ଜେ. ଆଇ. ଟି. ଏମ ର “ଲିଓ ” କ୍ଲବର ସଦସ୍ୟମାନେ ମଧ୍ୟ ପ୍ରମୁଖ ଯୋଗଦାନ ଦେଇଥିଲେ । ମାନବତାକୁ ବଜାୟ ରଖିବା ପାଇଁ ଏକ କ୍ଷୁ୍ଦ୍ର ପ୍ରୟାସ ମଧ୍ୟ ସଫଳତାର ପାହାଚ ହୋଇପାରେ । ବିଦ୍ୟାଳୟର ଏହି ଅଭିନଵ ଓ ଭିନ୍ନ ପ୍ରୟାସ ଆଗାମୀ ପିଢ଼ି ପାଇଁ “ମାନବ ସେବା ହିଁ ମାଧବ ସେବା” ପରି ଭାବନାକୁ ଛାତ୍ରଛାତ୍ରୀଙ୍କ ହୃଦୟରେ ଉଦ୍ରେକ କରି ଏକ ଯୁଗାନ୍ତକାରି ପଦକ୍ଷେପ ହୋଇପାରିବ ବୋଲି ସହରର ସବୁ ମହଲରେ ଚର୍ଚ୍ଚା ହେଉଛି ଆଉ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

yuvodaya
Leave A Reply

Your email address will not be published.