csstore

ପାଣିର ସମସ୍ୟାର ସମାଧାନ ପାଇଁ ବ୍ଲକ୍ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗଫେଣା ଗାଁରେ ପାଣିର ସମସ୍ୟା ଲାଗି ରହିଛି । ଏନେଇ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିବାରୁ ‘ତମ ଗାଁ ଲୋକ ମତେ ଭୋଟ ଦେଇ ନାହିଁ ତମ ଗାଁ କାମ କରିବି ନାହିଁ ବୋଲି ସରପଞ୍ଚ କହୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ପାତେଲଶ୍ବରୀ ଏସ୍ଏଚ୍‌ଜିର ସଭାନେତ୍ରୀ ହେମାଶ୍ରୀ ମାଝି ସମ୍ପାଦିକା ସାବିତ୍ରୀ ମାଝି ଏବଂ ସଦସ୍ୟା ବୃନ୍ଦ, ମା’ ଶିବାନୀ ଏସ୍ଏଚ୍‌ଜିର ସଭାନେତ୍ରୀ ଗୁଞ୍ଜମତି ମାଝି ସମ୍ପାଦିକା ସତ୍ୟ ମାଝି ଏବଂ ସଦସ୍ୟା ବୃନ୍ଦ, ୱାର୍ଡ ମେମ୍ବର ଅରୁନ କୁମାର ଧରୁଆ ଏବଂ ଗ୍ରାମବାସୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବଡିଓ ଦେବାଶିଷ ସାମଲ ଏ ବିଷୟରେ ଜାଣି ଟ୍ୟାଙ୍କର ପାଣି ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.