jsm

ରାମଚନ୍ଦ୍ରପୁର ସ୍ଥିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ପ୍ରଶିକ୍ଷକ ଅମ୍ବରିଶ ଷଡଙ୍ଗୀ ଏବଂ ଆୟୁଷ ଡାକ୍ତର ଲଳିତ କୁମାର ସାହୁଙ୍କ ତତ୍ଵାବଧାନରେ ଏକ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ଯୋଗର ସମନ୍ଵୟ ବିଷୟରେ ଉକ୍ତ କର୍ମଶାଳାରେ ଆଲୋକପାତ ହୋଇଥିଲା ।ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଚିତ୍ତରଞ୍ଜନ ମିଶ୍ର, ଫାର୍ମାସିଷ୍ଟ ରମେଶ ମହାକୁର, ମହିଳା ସ୍ଵାସ୍ଥ୍ୟକର୍ମୀ ମିନତି ରାଉତ, ଲେବ ଟେକ୍‌ନିସିଆନ୍‌ ମନୋଜ ମେହେର, ସନ୍ତୋଷ ଚନ୍ଦନ, ଧୃବ ବାଗ, ସୁଧାଂଶୁ ସତପଥି ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.