csstore

୧୯୭୭ ପୃଥ୍ୱୀରାଜ ହାଇସ୍କୁଲ ବ୍ୟାଚ୍‌ର କାର୍ଯ୍ୟକାରିଣୀ ସମିତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୭୭ ପୃଥ୍ୱୀରାଜ ହାଇସ୍କୁଲ ବ୍ୟାଚ୍‌ର ପ୍ରଥମ କାର୍ଯ୍ୟକାରିଣୀ ସମିତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ରତନ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜନମଙ୍ଗଳକାରୀ ଅନେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଂଘ ତରଫରୁ ସମୟ କ୍ରମେ ଲୋକଙ୍କ ସେବାରେ ଗୋଟିଏ ଆମ୍ବୁଲାନ୍ସର ସୁବିଧା କରିବା, ଅଭାବୀ ମେଧାବୀ ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ତଥା ପାଠ୍ୟ ପୁସ୍ତକ କ୍ରୟ କରିବା ପାଇଁ ସାହାର୍ଯ୍ୟ, ବୃକ୍ଷରୋପଣ ପାଇଁ ଉଦ୍‌ଯୋଗ, ବୁଲାଗାଇଗୋରୁ, ଷଣ୍ଢ, କୁକୁର, ଘୁଷୁରୀ ଇତ୍ୟାଦିଙ୍କ ରାସ୍ତା ଉପରୁ ଅପସୃତ କରିବା ନିମନ୍ତେ ତଥା ଅପରାଧ ପ୍ରବଣତା ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଟ୍ରାଫିକ୍‌ ଛକରେ ତଥା ଗହଳି ପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗେଇବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଅନୁରୋଧ କରିବା, ପୃଥ୍ୱୀରାଜ ହାଇସ୍କୁଲରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରୁଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପୂର୍ବକ ଉତ୍ସାହିତ କରିବା, ଛାତ୍ରମାନଙ୍କ ପାଇଁ ଗଠନ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବା, ହାଇସ୍କୁଲର ପୂର୍ବତନ ତଥା ଅଧୁନା କାର୍ଯ୍ୟରତ ଗୁୁରୁଜୀ ତଥା ଗୁରୁମା ବୃନ୍ଦଙ୍କୁ ତସମ୍ବର୍ଦ୍ଧନା ଦେବା, ସଂଘର ଦପ୍ତର ନିର୍ମାଣ ପରିମିତ ଜାଗା ଖଣ୍ଡିଏ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଅନୁରୋଧ କରିବା, ଦୁଃସମୟରେ ଥିବା ସଦସ୍ୟଙ୍କୁ ସମସ୍ତେ ମିଶି ମନୋବଳ ଦେବା ଓ ସାହାଯ୍ୟ କରିବା ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକରେ ସଂଘର ସଂପାଦକ ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ବୀରେନ୍ଦ୍ର କୁମାର ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ସତ୍ୟ ନାରାୟଣ ପଣ୍ଡା, ମୋହନ ଗୋପାଳ ପଣ୍ଡା, ଗଜେନ୍ଦ୍ର ନାଥ ସରାଫ ଉପସ୍ଥିତ ଥିଲେ । ସହ ସମ୍ପାଦକ ପ୍ରଦୀପ କୁମାର ମିଶ୍ରଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ ସଭା ସାଂଗ ହୋଇଥିଲା ।

jayashree
Leave A Reply

Your email address will not be published.