ଭରସୁଜା ବସଷ୍ଟାଣ୍ଡ ଅଞ୍ଚଳକୁ କାବୁ କରି ନେଇଛି ସଟ୍ଟା : ପୋଲିସ ଚୁପ୍‌

ଡୁଡୁକା, (ସୁଶୀଳ କୁମାର ମିଶ୍ର) : ଦୀର୍ଘ ବର୍ଷ ହେଲା ସଟ୍ଟା ମାଫିଆଙ୍କ କବଳରେ ଭରସୁଜା ବସଷ୍ଟାଣ୍ଡ ରହିିଛି । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ବ୍ଲକର ଯୁବପିଢି ଏହି କାରବାରରେ ଲିପ୍ତ ରହୁଛନ୍ତି । ମାଫିଆମାନେ ଏହି ଜୁଆଖେଳ ଜାରି ରଖିଥିବା ବେଳେ ପୁଲିସ ପ୍ରଶାସନ ନିରବ ରହିବା ସମସ୍ତଙ୍କୁ ଚକିତ କରିଛି । ଏହି ଜୁଆ ଖେଳରେ ମଜୁରିଆ ତଥା ଛୋଟ ଛୋଟ ବ୍ୟବସାୟୀମାନେ ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ଅଧିକ ଦି’ ପଇସା କରିବା ଲୋଭରେ ସଟ୍ଟା ଖେଳି ସର୍ବସ୍ୱାନ୍ତ ହେବା ସହିତ ପାରିବାରିକ ଅଶାନ୍ତି ବୃଦ୍ଧି କରୁଛନ୍ତି । ଏପରିକି ଲୋକମାନେ ଜୁଆ ଖେଳ ଖେଳି ନିଜର ବାଇକ, ମୋବାଇଲ ବନ୍ଧା ପକାଉଛନ୍ତି । ସଟ୍ଟା ମାଫିଆମାନେ ଚତୁରତାର ସହିତ ବସଷ୍ଟାଣ୍ଡ ଅଞ୍ଚଳର ବିଭିନ୍ନ ଦୋକାନମାନଙ୍କରେ ଏଜେଣ୍ଟ ରଖି ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି । ଏହା ରୋକିବା ଲାଗି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସଟ୍ଟା ଖେଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.