pakka

ଚାଷ ଜମି ପାଇଁ ଏକର ଏକର ଜଙ୍ଗଲ ଜମି ଜବର ଦଖଲ ଅଭିଯୋଗ

bbehera

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଫରେଷ୍ଟ ଡିଭିଜନ ଅଧିନସ୍ଥ କଂଟାବାଂଜି ଓ ବଙ୍ଗୋମୁଣ୍ଡା ଉଭୟ ଦୁଇ ରେଂଜରେ ଦିନକୁ ଦିନ ସଂରକ୍ଷିତ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରିବା ପାଇଁ ଦୈନନ୍ଦିନ ସଂରକ୍ଷିତ ଜଙ୍ଗଲର ସମସ୍ତ ଗଛକୁ କାଟି ପଦା କରି ଚାଷ ଜମିରେ ପରିଣତ କରାଯାଉଛି । ବିଭାଗୀୟ ଅଧିକାରୀମାନେ ସବୁ ଜାଣି ଅଜଣା ଥିବା ବେଳେ ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରିବାରେ ସେମାନଙ୍କୁ ପ୍ରୋତ୍ସାହନ ମିଳୁଥିବାରୁ ନିତି ଦିନ ଶହ ଶହ ଏକର ଜମି ଧ୍ୱଂସ ହେବାରେ ଲାଗିଛି । ଏପରିକି କଂଟାବାଂଜି ରେଂଜର ଘଂଚ ଶାଗୁଆନ ଜଂଗଲରେ ପରିଣତ ଥିବା ରାଜୁ ରିଜର୍ଭ ଫରେଷ୍ଟ ସଂପୂର୍ଣ୍ଣ ଧ୍ୱଂସ ହୋଇ ସାରିଥିବା ବେଳେ ବଡଡକଲା- ଢୋଲମାନ୍ଦଲ, ତୁରେକେଲା- ଘୁନେଶ, କାଦୋବେଡା- ଖୁଜେନ, ତୁରେକେଲା- ମହଖଣ୍ଡ, ତୁରେକେଲା-ମହୁଲପାଟି ସେହିପରି ପଣ୍ଡରେନ-ମହଖଣ୍ଡ, ମହଖଣ୍ଡ-ନାନ୍ଦୋଲ, କନ୍ଦେଇ-ଜୁବାମାଲ, ଗଡିଆଯୋର-ସନ୍ଧିବାହାଲି, ଖଗସା-ପାଟିମାଲ, ପାଟିମାଲ-ରହେନଭଟା, ସେମଲା-କମେଇମୁଣ୍ଡା ମୁଖ୍ୟ ସଡକରେ ଥିବା ସଂରକ୍ଷିତ ଜଙ୍ଗଲ ଗୁଡିକ ଚାଷ ଜମି କରିବା ପାଇଁ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ସଂପୃକ୍ତ ବିଭାଗୀୟ ବନ କର୍ମଚାରୀମାନେ ଜଙ୍ଗଲ ଜମିକୁ ଚାଷ ଜମି କରିବାରେ ପ୍ରୋତ୍ସାହନ ଦେଉଥିବା ବେଳେ କୌଣସି ପ୍ରକାର ଜଙ୍ଗଲ ଧ୍ୱଂସକୁ ସୁରକ୍ଷା ଦେବା ପାଇଁ କୌଣସି ଆଖି ଦୃଷିଆ ପଦକ୍ଷେପ ନେଉ ନାହାନ୍ତି ।

ଏକ ବିଶେଷ ଖବର ସଂଗ୍ରହରୁ ଜଣାଯାଏ ଯେ ଗତ ୧୨/୬/୨୦୨୨ ଦିନ ଖବର ସଂଗ୍ରହ ବେଳେ ବଂଗୋମୁଣ୍ଡା ରେଂଜ ଅଧିନସ୍ଥ ମହଖଣ୍ଡ-ଯୁବାମାଲ-କନ୍ଦେଇ ରାସ୍ତାର ସଂରକ୍ଷିତ ଜଙ୍ଗଲକୁ ଶହ ଶହ ଏକର ଜମିରେ ଛିଡା ହୋଇଥିବା ଗଛ ଗୁଡିକୁ କାଟି ଚାଷ ଜମିରେ ପରିଣତ କରାଯାଇଛି । ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କୌଣସି ପଦକ୍ଷେପ ନେଇ ନଥିବା ବେଳେ ସଂରକ୍ଷିତ ଜଙ୍ଗଲଠାରୁ ମହଖଣ୍ଡ ଫରେଷ୍ଟବିଡ ତଥା ଫରେଷ୍ଟରଙ୍କ ଆବାସିକ କାର୍ଯ୍ୟାଳୟ ମାତ୍ର ୧କି.ମି. ମଧ୍ୟରେ ତଥାପି ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନନେବାରୁ ଜଙ୍ଗଲ ଧ୍ୱଂସ ହେବାର ମୁଖ୍ୟ କାରଣ ପାଲିଟିଛି । ଏହାର ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ସଂରକ୍ଷିତ ଜଙ୍ଗଲ ଧ୍ୱଂସକୁ ରୋକା ନଗଲେ ଆଗାମି ଦିନରେ ସମସ୍ତ ସଂରକ୍ଷିତ ଜଙ୍ଗଲ ଚାଷ ଜମିରେ ପରିଣତ ହେବ ବୋଲି କନ୍ଦେଇ ଯୁବାବାଲ ଗ୍ରାମର ବୁଦ୍ଧିଜୀବି ମହଳରୁ ଦାବୀ ହୁଏ ।

jay balangir
Leave A Reply

Your email address will not be published.

eight − eight =

error: Content is protected !!