oom

ଚୋରି କରି ଫେରାର୍ ହେବାବେଳେ ଧରାପଡ଼ିବାରୁ ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

jsmm

ନୀଳଗିରି : ଚୋରି କରି ଫେରାର୍ ହେବାବେଳେ ଧରାପଡ଼ିବାରୁ ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରା ଗଡିଆ ବଜାରରେ ଥିବା ଏକ ଡ୍ରେସ୍ ହାଉସ୍ ଭିତରୁ ଜଣେ ଯୁବକ ଟଙ୍କା ଚୋରି କରି ଫେରାର୍ ମାରିବା ବେଳେ ତାଙ୍କର ବାଇକ୍ ଷ୍ଟାର୍ଟ ନହେବାରୁ ସେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକମାନେ ଚୋରକୁ କାବୁକରି ନିସ୍ତୁକ ପିଟିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛି । ଚୋର ଜଣକ ସୋର ଥାନା ଅନ୍ତର୍ଗତ ଦହିସଡ଼ା ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ଈଶ୍ୱରପୁର ଫାଣ୍ଡି ଅଧିନ ବଉଳ ଗଡ଼ିଆ ବଜାରରେ କିଛିଦିନ ପୂର୍ବରୁ ଏକ ଗ୍ଲାମର ବାଇକ ଚୋରି ହୋଇଥିବା ବେଳେ ହୋଟେଲରେ ଏକ ମୋବାଇଲ ମଧ୍ୟ ଚୋରି ହୋଇଥିଲା । ଏପରିକି ଏହି ଅଞ୍ଚଳରେ ଡ୍ରଗ୍ସ ଓ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଚୋରଙ୍କର ପ୍ରାଦୁର୍ଭାବ ବଢିବାର ଲାଗିଛି । ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.