ବୃଦ୍ଧଙ୍କଠାରୁ ୭୦ ହଜାର ଲୁଟ୍‌ ଅଭିଯୋଗ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସମଲେଶ୍ୱରୀ ମନ୍ଦିର ରାସ୍ତାରେ ବିନୋଦ ବିନୋଦ ସାହୁ ନାମକ ଜଣେ ବୃଦ୍ଧଙ୍କଠାରୁ ଶନିବାର ୭୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ସଇଁନ୍ତଲା ଥାନା ବାବୁକେଲ ଗାଁର ବିନୋଦ ତୁଷୁରା ଏସ୍‌ବିଆଇରୁ ୭୦ ହଜାର ଟଙ୍କା ଉଠାଇ ତୁଷୁରା ସମଲେଶ୍ୱରୀ ମନ୍ଦିର ନକଟସ୍ଥ ତାଙ୍କ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ । ସେତେବେଳେ ଏକ ନୀଳ ରଙ୍ଗର ବାଇକରେ ଦୁଇଜଣ ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡାଇନେଇ ଫେରାର ମାରିଥିଲେ । ବ୍ୟାଗରେ ବିନେଦଙ୍କ ବ୍ୟାଙ୍କ ଖାତା, ଏଟିଏମ୍‌ କାର୍ଡ, ପାନ୍‌କାର୍ଡ ଆଦି ମଧ୍ୟ ଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ସିସିଟିଭି ଫୁଟେଜରୁ ଲୁଟେରାଙ୍କ ଫଟୋ ସଂଗ୍ରହ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.