jsm

ମାସିକ ରଚନା ସଂଧ୍ୟା କାର୍ଯ୍ୟକ୍ରମରେ ‘ଆମ ବଲାଙ୍ଗିର, ଆମ ଦାୟିତ୍ୱ’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଭବନରେ ଆଜି ସଂଧ୍ୟାରେ ମାସିକ ରଚନା ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଆମ ବଲାଙ୍ଗିର, ଆମ ଦାୟିତ୍ୱ’ ଶୀର୍ଷକରେ ଆଲୋଚନାଚକ୍ର ଆୟୋଜିତ ହୋଇଥିବା ବେଳେ ଏଥିରେ ଅତିଥି ବକ୍ତା ଭାବରେ ଯୁବ ସାଂବାଦିକ ବିରେନ୍ଦ୍ର କୁମାର ଝାଙ୍କର, ଆଦର୍ଶ ଶିକ୍ଷୟିତ୍ରୀ ତଥା ସାହିତ୍ୟ ସାଧିକା ଶ୍ରୀମତୀ କସ୍ତୁରୀ ରଥ, ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ବଲାଙ୍ଗିର ନାଗରିକ କମିଟିର ସଭାପତି ବେଲାର ସିଂ ଭୋଇ । ବଲାଙ୍ଗିର ସହରରେ ଲାଗି ରହିଥିବା ନାନା ପ୍ରକାର ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଅତିଥି ବକ୍ତାମାନେ ବକ୍ତବ୍ୟ ରଖିଥିବା ବେଳେ ଦତ୍ତାନନ୍ଦ ପଣ୍ଡା ଏବଂ ମନୋରଂଜନ ସାହୁ ମତାମତ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ୱ ଅଭିଭାଷଣ ପ୍ରଦାନ ପରେ ଧନ୍ୟବାଦ ଅର୍ପଣ କରିଥିଲେ କବି ରତ୍ନମୟ ତ୍ରିପାଠୀ । ସୁସାହିତ୍ୟିକ ଡ. ଲକ୍ଷ୍ମଣ କୁମାର ମେହେର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସହରର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.