pakka

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତ ପ୍ରଧାନ) : ଭାରତର ସ୍ଵାଧୀନତା ୭୫ବର୍ଷ ଆଜାଦ କି ଅମୃତ ମହୋତ୍ସବ ସମ୍ମିଳନୀ ପାଳନ ଅବସରରେ ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଏନ୍‌ଆଇଟି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନିବେଶ ଏବଂ ସର୍ବସାଧାରଣଙ୍କ ସଂପତ୍ତିର ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଆୟୋଜିତ ଆଭାସୀ ବୈଠକରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟପାର ମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍‌ଘାଟନୀ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଆର୍ଥିକ ସମୃଦ୍ଧି ପାଇଁ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ କେନ୍ଦ୍ର ବିତ୍ତ ବିଭାଗର ରାଜ୍ୟ ମନ୍ତ୍ରୀ ଡାକ୍ତର ଭାଗବତ କିସନରାଓ କରତ ଆଲୋଚ୍ୟ ବିଷୟ ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ୭୫ଟି ସହରରେ ବ୍ୟାପକ ଭାବେ ଆୟୋଜନ କରାଯାଇଥିବା ବେଳେ ଏହି କ୍ରମରେ ରାଉରକେଲା ଏନ୍‌ଆଇଟିଠାରେ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ କରାଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁନ୍ଦରଗଡର ଲିଡ୍ ପ୍ରବନ୍ଧକ ଡନ୍ ବୋସକୋଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ବଜାର ଜରିଆରେ ସଂପତ୍ତି ସୃଷ୍ଟିରେ ଆର୍‌ଏସ୍‌ପିର ଯୋଗଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେ କହିଲେ ଯେ, ଆର୍‌ଏସ୍‌ପି ପ୍ରାରମ୍ଭରେ ଏକ ମିଲିଅନ ଟନ ଇସ୍ପାତ ଉତ୍ପାଦନ କରୁଥିବା ବେଳେ ସଂପ୍ରତି ଏହା ୪.୫ ମିଲିଅନ ଟନ ଇସ୍ପାତ ଉତ୍ପାଦନ କରି ନିଜର ତଥା ଦେଶର ସମୃଦ୍ଧିରେ ସହାୟକ ହୋଇପାରିଛି । ଆଗାମୀ ଦିନରେ ଏହା କିପରି ବ୍ୟାପକ କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ସେହିପରି ସମ୍ମାନିତ ବକ୍ତା ଭାବେ ଏନ୍‌ଏସ୍‌ଇର ଚିନ୍ମୟ ମଲ୍ଲିକ ପୁଞ୍ଜି ବଜାରରେ ଉପଯୁକ୍ତ ଅର୍ଥ ବିନିଯୋଗ, ସିଡିଏସ୍‌ଏଲ୍‌ର ଅର୍ଘ୍ୟ ମଜୁମଦାର ପୁଞ୍ଜି ଲଗାଣରେ ସଚେତନତା, ଅର୍ଥନୀତି ବିଶେଷଜ୍ଞ ନଳିନୀକାନ୍ତ ଧର ଆତ୍ମନିର୍ଭର ଭାରତ ସୃଷ୍ଟି ପାଇଁ ଉପାଦାନ, ଆର୍‌ଏସ୍‌ପିର ସହାୟକ ପ୍ରବନ୍ଧକ ଆର.ଆର.ଷଡଙ୍ଗୀ ସଞ୍ଚୟ ବନାମ ପୁଞ୍ଜି ବିନିଯୋଗ ଓ ୟୁଟିଆଇର ସହାୟକ ପ୍ରବନ୍ଧକ ଟୁଣ୍ଟୁ କୁମାର ସାହୁ ଅର୍ଥନୈତିକ ସାକ୍ଷରତା, ଅର୍ଥନୀତିର ପଥ ସୁଗମ କରେ ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ ଅତିଥି ମାନଙ୍କ ସହ ସ୍ରେତା ମଣ୍ଡଳୀଙ୍କ ମଧ୍ୟରେ ଭାବ ବିନିମୟ ସହ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ଆବାହକ ଶ୍ରୀ ବୋସ୍କୋ ଧନ୍ୟବାଦ ଅର୍ପଣ କରିବା ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌ବିଆଇର ଆଞ୍ଚଳିକ ଅଧିକାରୀ ଅଜୟ କୁମାର ନାୟକ, ଏନ୍‌ଆଇଟି ଏସ୍‌ବିଆଇର ମୁଖ୍ୟ ପ୍ରବନ୍ଧକ ଅଜୟ ଶଙ୍କର, ରସମେକର ମୁଖ୍ୟ ପ୍ରବନ୍ଧକ ରୋଶନ ପଟେଲ, ଇନକମଟ୍ୟାକ୍ସର ସହ କମିଶନର ପ୍ରତୀକ କୁମାର ମିଶ୍ର, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରଫୁଲ୍ଲ କୁମାର ଦାସ ତଥା ସହରର ବହୁ ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

jay balangir
Leave A Reply

Your email address will not be published.

one × three =

error: Content is protected !!