oom

ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ପାଳନ ସହ ବୃକ୍ଷ ରୋପଣ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ଗତକାଲି ପାଳିତ ହୋଇଯାଇଛି । ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗଙ୍କ ଆହ୍ଵାନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା ଟିମ୍‌ ଲିଡ଼ର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନପାଳ ଅରବିନ୍ଦ ଧରୁଆ, ରେଙ୍ଗାଲି ବନପାଳ ଘାସିରାମ ଦୀକ୍ଷିତ, ଖପ୍ରାଖୋଲ ବନପାଳ ସୁଧିର କୁମାର ଜେନା, ଏଫ.ଇ.ଏସ. ଏମଟି ଅଭୟ ତ୍ରିପାଠୀ ଯୋଗଦେଇ ବିଶ୍ୱ ପରିବେଶ ଦିବସ ଉପରେ ଆଲୋକପାତ କରିବା ସହ ଜଳ, ଜଙ୍ଗଲ, ଜମି ପରିଚାଳନା ଉପରେ କହିଥିଲେ । ଏହି ଅବସରରେ ବିଭିନ୍ନ ବନ ସୁରକ୍ଷା ସମିତିର ସଦସ୍ୟ ମାନେ ନିଜର ମତାମତ ପ୍ରକାଶ କରି ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପରେ ହରିଶଙ୍କର ଚିଡିଆଖାନା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଜ୍ଞାନନ୍ଦ ପାଣିଗ୍ରାହୀ, ମହେନ୍ଦ୍ର କାଲ ସାଏ, ମିଥୁନ ମିର୍ଧା, ସଞ୍ଜୀବ ପଧାନ, ଭି.ଏସ୍‌.ଏସ୍‌ ସଭାପତି ମଧୁସୂଦନ ମାଝୀ, ଆନିମିଟର ସତ୍ୟ ବେହେରା, ଖଗେଶ୍ୱର ପାତ୍ର, ସାମ୍ବାଦିକ ଜ୍ୟୋତିରଞ୍ଜନ ପଣ୍ଡା, ଉମାକାନ୍ତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.