csstore

କବି ସୁଶାନ୍ତ କୁମାର ନାୟକଙ୍କ ‘ଭିନ୍ନ ଏକ ପୃଥିବୀ’ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) କବି ସୁଶାନ୍ତ କୁମାର ନାୟକଙ୍କ ଦ୍ୱିତୀୟ କବିତା ସଂକଳନ ପୁସ୍ତକ ‘ଭିନ୍ନ ଏକ ପୃଥିବୀ’ ଗତକାଲି ଧାମରା ସଂଘ ଠାରେ ଲୋକାର୍ପିତ ହୋଇଯାଇଛି । କବି ଶ୍ରୀ ନାୟକଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ବରେଣ୍ୟ ଅତିଥି ଭାବେ ସ୍ତମ୍ଭକାର ଭୁପେନ ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଜୀବ ପାଣି ଓ ସମ୍ମାନିତ ଅତିଥି ଭାବେ ଶଶଧର ପଣ୍ଡା ପ୍ରମୁଖ ପୁସ୍ତକଟିକୁ ଉନ୍ମୋଚନ କରିବା ସହ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀ ପାଣି ପୁସ୍ତକକୁ ସମୀକ୍ଷା କରିଥିବା ବେଳେ ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କବି ହେଉଛନ୍ତି ଦ୍ୱତୀୟ ଇଶ୍ୱର ଓ କ୍ରାନ୍ତଦର୍ଶୀ । ସାହିତ୍ୟ ସୃଷ୍ଟି କଲା ବେଳେ କବିଙ୍କୁ ସାବଧାନତା ସହ ବିଭିନ୍ନ ଦିଗକୁ ତର୍ଜମା କରି ସାହିତ୍ୟ ସୃଷ୍ଟି କରନ୍ତୁ । ଯାହା ସମାଜକୁ କିଛି ବାର୍ତ୍ତା ଦେବ। ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ୟ୍ୟ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ପୁସ୍ତକର ପ୍ରକାଶିକା ମୀନତି ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଡା ଗୀତାଞ୍ଜଳୀ ପତ୍ରୀ, ମୀନକେତନ ପଶାୟତ, ବିଜୟ ସାହୁ, ଗୌରାଙ୍ଗ ଦାସ, ନିରୁପମା ପତି, ରଶ୍ମି ସାହୁ, ଡଃ ସୁବାସ ଚନ୍ଦ୍ର ଲେଙ୍କା, ରୀତାରାଣୀ ମହାପାତ୍ର, ଜ୍ୟୋସ୍ନା କୁମାରୀ ନାଏକ, ହରିହର ବେହେରା, ନୃସିଂହ ଚରଣ ବିଶ୍ୱାଳ ପ୍ରମୁଖ କବିତା ପାଠ କରିଥିବାବେଳେ ସୁନିଲ୍ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଜଣାଶୁଣା କବି, ସାହିତ୍ୟିକ, ପ୍ରାବନ୍ଧିକ ଯୋଗଦେଇ ଥିଲେ।

jayashree
Leave A Reply

Your email address will not be published.