jayashree

ହରିଶଙ୍କରର ମା’ ବିନ୍ଧ୍ୟବାସିନୀ ମନ୍ଦିରରେ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ଐତିହାସିକ ତୀର୍ଥ ପୀଠଠାରେ ସର୍ବ ଭାରତୀୟ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜ ପକ୍ଷରୁ ଶୀତଳ ଷଷ୍ଠୀ ଓ ଶିବ ବିବାହୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଜୁନ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ଦେବଦମ୍ପତି ଶଙ୍କର ବାବା ଓ ମା’ ବିନ୍ଧ୍ୟବାସିନୀଙ୍କ ପୂଜାର ପ୍ରଥମ ଦିନ କଳସ ଶୋଭାଯାତ୍ରା ଘଣ୍ଟ ଶଂଖ, ଦୁଲଦୁଲି ବାଜା ସହ ଏକ ଶୋଭାଯାତ୍ରାରେ ବାହାରି ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରୁ ପ୍ରବାହିତ ଚିରସ୍ରୋତା ପାପନାଶିନୀ ଝରଣା କୂଳ ଯାଇ ଗଙ୍ଗା ଦେବୀ ଓ ବରୁଣ ଦେବଙ୍କ ପୂଜାର୍ଚ୍ଚନା ସହ ଗଙ୍ଗା ନିମନ୍ତ୍ରଣ ପରେ ପୂର୍ଣ୍ଣ କଳସରେ ପାଣି ଭର୍ତ୍ତି କରି ଶୋଭାଯାତ୍ରାରେ ଆଣି ମା’ ବିନ୍ଧ୍ୟବାସିନୀଙ୍କ ମନ୍ଦିରଠାରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଆଜି ଅପରାହ୍ନରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯିବା ସହ ସନ୍ଧ୍ୟାରେ ହରିଶଙ୍କର ମନ୍ଦିର ପକ୍ଷରୁ ଶଙ୍କର ବାବାଙ୍କ ବରାନୁଗମନ ଆସିବା ପରେ ରାତି ଘ ୯.୩୦ ମି ମଧ୍ୟରେ ମା’ ବିନ୍ଧ୍ୟବାସିନୀଙ୍କ ସହିତ ବିବାହ ବନ୍ଦାପନା ଓ ଦେବଗନଶନ ସହ ନୀତିକାନ୍ତି ବିଧି ଅନୁସାରେ ହୋମ କାର୍ଯ୍ୟ କରାଯାଇଥିଲା । ମା’ ବିନ୍ଧ୍ୟବାସିନୀଙ୍କ କନ୍ୟା ପିତା ମାତା ଭାବେରେ ସର୍ବ ଭାରତୀୟ ବିଂଝାଲ ସମାଜ ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ଓ ତାଙ୍କ ଧର୍ମପତ୍ନୀ କଲାବତୀ ବରିହା କାର୍ଯ୍ୟ ନିର୍ବାହ କରିଛନ୍ତି । ହରିଶଙ୍କର ମନ୍ଦିର ପକ୍ଷରୁ ମୁଖ୍ୟ ପୂଜକ ସୁରେଶ ପୂଜାରୀ ଓ ତାଙ୍କ ସହଯୋଗୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସର୍ବ ଭାରତୀୟ ବିଂଝାଲ ସମାଜର କୁଶ ବରିହା ହୋମ କାର୍ଯ୍ୟନିର୍ବାହ କରିଥିଲେ । ଶନିବାର ଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଦଣ୍ଡନୃତ୍ୟ ପରିବେଷଣ ହୋଇଥିଲା । ଏଥିରେ ସର୍ବ ଭାରତୀୟ ବିଂଝାଲ ସମାଜ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଲକ କମିଟି ଉପସଭାପତି କେଶବ ବରିହା, ସଂପାଦକ ବିମଳ ବରିହା, କୁଶଳ ବରିହା, ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା ବିରଞ୍ଚି ବରିହା, ଗୋପାଳ ବରିହା, ଟିକେଶ୍ଵର ବରିହା, ବ୍ଲକ ଚପରାଶି ରତ୍ନାକର ବରିହା, ବିପିନ ବରିହା, ପବିତ୍ର ବରିହା, ଶରତ ବରିହା, ଲକ୍ଷ୍ମଣ ବରିହା, ଗୌରୀ ଶଙ୍କର ବରିହାଙ୍କ ସମେତ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜର ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ । ସମସ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.