ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନୂଆବଜାର ରେଳ ଲେବୁଲ କ୍ରସିଂଠାରେ ଶନିବାର ଅପରାହ୍ନ ୩ଟା ସମୟରେ ଗେଟ୍ ପଡିଥିବା ସମୟରେ ଜଣେ ମହିଳା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗ୍ରାମୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ମହିଳା ଜଣକର କୌଣସି ପରିଚୟ ମିଳିପାରି ନାହିଁ । ଖବର ପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.