oom

କୋଶଳ ପ୍ରବାହର ପ୍ରଭାବ ଦିବ୍ୟାଙ୍ଗ ଛଟୁ ନାଗଙ୍କୁ ମିଳିଲା ହୁଇଲ୍‌ ଚେୟାର

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଦିବ୍ୟାଙ୍ଗ ଛଟୁଙ୍କ ଅଚଳ ଦୁଇ ଗୋଡ଼ ତଥାପି ତାଙ୍କ ଦୃଢ଼ ମନ ଯୋଗ ଅଧ କିମି ରାସ୍ତା ଘୋଷାରି ଘୋଷାରି ନିଜ ଗାଁ ସ୍କୁଲକୁ ଯାଆନ୍ତି ପାଠପଢି ଏନେଇ କୋଶଳ ପ୍ରବାହରେ ଖବର ପ୍ରକାଶିତ ହେବା ପରେ ଆଜି ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବାରିକ କେନ୍ଧୁମୁଣ୍ଡି ଗ୍ରାମର ଦିବ୍ୟାଙ୍ଗ ଛଟୁ ନାଗଙ୍କ ଘରକୁ ପହଞ୍ଚି ହୁଇଲ୍‌ ଚେୟାର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, କୁହନ୍ତି ନାଁ ଇଚ୍ଛା ଥିଲେ ସବୁ ସମ୍ଭବ ।ଆଉ ପାଠ ପଢ଼ିବାକୁ କାହାରବା ଇଚ୍ଛା ନଥାଏ । ସମସ୍ତେ ଚାହାଁନ୍ତି ପାଠପଢି ବଡ଼ ମଣିଷ ହେବେ ହେଲେ ନିୟତିର ନିୟମ ଅଲଗା ମାନବ ଜନ୍ମ ଦେଇ କାହାକୁ ସବଳ ତ କାହାକୁ ଛୋଟ, ଅନ୍ଧ ଭାବେ ମର୍ତ୍ତ୍ୟକୁ ପଠାଇଥାନ୍ତି । ଭଗବାନ ଏପରି ଏକ ଦିବ୍ୟାଙ୍ଗ ଛାତ୍ର ଦୁଇ ଗୋଡ଼ ଅଚଳ ହୋଇଯାଇଛି ହେଲେ ଦୃଢ଼ ଇଚ୍ଛାଶକ୍ତିକୁ ମଜୁବତ କରି ଅଧ କିମି ରାସ୍ତା ଘୋଷାରି ଘୋଷାରି ଯାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ପାଟଣାଗଡର କେନ୍ଦୁମୁଣ୍ଡି ପଂଚାୟତର ତୁଳସୀଡୁଙ୍ଗୁରି ଗାଁର ଛୁଟା ନାଗ ପିତା ଟିକେଚନ ନାଗ କାମରେ ଦିନ ମଜୁରୀ ଛୁଟା ନାଗ (୬) ଛଟୁ ଜନ୍ମ ରୁ ବିକଳାଙ୍ଗ ଦୁଇ ଗୋଡ଼ ଅଚଳ ହୋଇଯାଇଛି । ପ୍ରଶାସନ ପକ୍ଷରୁ ହୁଇଲ୍‌ ଚେୟାର ପାଇଥିବାରୁ ସୁବିଧାରେ ସ୍କୁଲକୁ ପାଠପଢି ଯାଇପାରିବି ବୋଲି ଛଟୁ ଖୁସିରେ କହିଛି । ସରକାରଙ୍କ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବାରିକ କହିଛନ୍ତି ।

jittmm
Leave A Reply

Your email address will not be published.