ଶୀତଳଷଷ୍ଠୀ ଯାତ୍ରା ଅବସରରେ କଂସ ଦରବାର ନାଟକ ଅନୁଷ୍ଠିତ

ତୁଷୁରା, (କେପିଏନଏସ୍‌) : ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଅବସରରେ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ଗତକାଲି ପୁତୁନା ବଧ ଓ ଅଷ୍ଟମଲ୍ଲ ଆହ୍ୱାନ ନାଟକ ମଞ୍ଚସ୍ଥ ହୋଇଛି । କଂସ ଭୂମିକାରେ ଲୋଇସିଂହା ଗ୍ରାମର ରବିନ୍ଦ୍ର ସାହୁ, ମହାମନ୍ତ୍ରୀ ପଙ୍କଜ କର୍ଣ୍ଣ, ନାରଦ ଦିଲ୍ଲୀପ ବାରିକ ସେନାପତି ଘନଶ୍ୟାମ ଦାସ ଓ ପ୍ରସନ୍ନ ଦାସ, ଦୂତ କିଶୋର ରାଉତ, ମଲ୍ଲ ଶିବ ପଟେଲ ଓ ପୁତୁନା ଦୀପା ପ୍ରମୁଖ କଳାକାର ଅଭିନୟ କରିଥିଲେ । ଯାତ୍ରାକୁ କମିଟିର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.