ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ଦାରିଙ୍ଗିବାଡି : ଦାରିଙ୍ଗିବାଡ଼ି ଥାନା ଅଧୀନ ସୁଲୁମା ଗ୍ରାମ ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛକୁ ବାଇକ ଧକା ଦେଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମଳିଳିଛି । ମୃତକମାନେ ସାଲେଜୁ ଗ୍ରାମର ଅମ୍ପ ପ୍ରଧାନ ଓ ସାଲୁ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଦାରିଙ୍ଗବାଡ଼ି ଥାନା ସାଲେଜୁ ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ(୨୫), ଅଜିତ ପ୍ରଧାନଙ୍କ ପୁଅ ଅମ୍ପ ପ୍ରଧାନ (୨୦), ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ (୧୭) କୌଣସି କାମରେ ମଟର ସାଇକେଲରେ ଦାରିଙ୍ଗବାଡ଼ି ଆସିଥିଲେ । ସେଠାରୁ ତେରାବଡ଼ି ଗ୍ରାମରେ ଚାଲିଥିବା ଭୋଜିରେ ଯୋଗଦେବା ପାଇଁ ଯାଉଥିଲେ । ସୁଲୁମା ଗ୍ରାମ ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛକୁ ବାଇକ ଧକା ଦେଇଥିଲେ । ଅମ୍ପ ପ୍ରଧାନ ଓ ସାଲୁ ପ୍ରଧାନ ଶକ୍ତ ଆଘାତ ଲାଗି ଗୁରୁତର ହୋଇଥିବା ବେଳେ ଚିଣ୍ଟୁ ପ୍ରଧାନ ଆହତ ହୋଇଥିଲେ । ଖବର ପାଇ ଗ୍ରାମର କିଛି ଲୋକ ଏକ ଜିପରେ ଦାରିଙ୍ଗବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚିକିତ୍ସା କରିବାର କିଛି ସମୟ ପରେ ଗୁରୁତର ଅମ୍ପ ପ୍ରଧାନ ଓ ସାଲୁ ପ୍ରଧାନଙ୍କୁ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି ।

Leave A Reply

Your email address will not be published.