csstore

ପଲସାଗୋରା ଶିଶୁମନ୍ଦିରରେ ଭଜନ ସନ୍ଧ୍ୟା

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ପଲସାଗୋରା ଶିଶୁମନ୍ଦିରରେ ସ୍ୱର୍ଗତ ଗୁରୁଜୀ ଭୁପେନ୍ଦ୍ର ବସ୍ତିଆ ଓ ଗୁରୁମା ତନୁଜା ପାଢ଼ୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶିଶୁମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାତାଳୀ ଶ୍ରୀକ୍ଷେତ୍ର ଅନୁଷ୍ଠାନର କଳାକାର ଓ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଭଜନ ପରିବେଷଣ କରିଥିଲେ । ସ୍ୱର୍ଗତ ବସ୍ତିଆ ଓ ପାଢ଼ୀ ଛାତ୍ର ବତ୍ସଳ ଶିକ୍ଷକ/ଶିକ୍ଷୟତ୍ରୀ ଭାବେ ଏ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କ ସ୍ମୃତି ଉଦେଶ୍ୟରେ ଉଦିଷ୍ଟ ଭଜନ ସଂନ୍ଧ୍ୟା ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ଶିଶିର ଖଟୁଆ, ସଂପାଦକ ଚମ୍ପେଶ୍ୱର ପାଢ଼ୀଙ୍କ ତତ୍ୱାବଧାନରେ ଅତିଥି ଭାବେ ସଂକୁଳ ପ୍ରମୁଖ କାର୍ତିକ ବେହେରା, ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ବସ୍ତିଆ, ନୀଳମଣି ପାଢ଼ୀ ପ୍ରମୁଖ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରଧାନ ଗୁରୁଜୀ ହେମନ୍ତ ପୁଟେଲ, କଣ୍ଟାମାଲ ପ୍ରଧାନ ଗୁରୁଜୀ ତଥା ସଂକୁଲ ସଂଯୋଜକ ଭଗବାନ ମନହୀରା ପ୍ରମୁଖ ଯୋଗଦେଇ ଥିଲେ । ଉକ୍ତ ଭାବମୟ ପରିବେଶରେ ଶତାଧିକ ଅବିଭାବକ, ଛାତ୍ରଛାତ୍ରୀ, ଅଞ୍ଚଳର ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.