ଅଖିଳ ଭାରତୀୟ ଅଘରିଆ ସମାଜର ବୈଠକ : ନିଜର ଜନ ଗଣନା ପାଇଁ ନେଲେ ନିଷ୍ପତ୍ତି

ଝାରସୁଗୁଡା : ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ କମିଟିର ବୈଠକ ସଭାପତି ନରେଶ ନାଏକଙ୍କର ସଭାପତିତ୍ୱ ଓ ପ୍ରହଲ୍ଲାଦ ନାଏକଙ୍କର ପରିଚାଳନାରେ ଆଜି ହଁସାମୁରା କଣ୍ଟାପାଲିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ସାଙ୍ଗଠାନିକ ନିର୍ବାଚନ ସହିତ ଜନ ଗଣନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଓବିସି ମାନଙ୍କ ଜନ ଗଣନା କରାଯିବାକୁ ସରକାରଙ୍କର ତଳ ଟୁଲ ନୀତିକୁ ନାପସନ୍ଦ କରିବା ସହ ସଂଗଠନ ନିଜ ସ୍ତରରେ ଅଘରିଆ ସମାଜର ଜନ ଗଣନା କରିବାକୁ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ଆଣିଥିବା ପ୍ରସ୍ତାବକୁ ସର୍ବ ସମ୍ମତିକ୍ରମେ ଗ୍ରହଣ କରିବା ସହ ଚାରିଗୋଟ ଅଞ୍ଚଳର ବୈଠକ ଡାକିବା ପ୍ରତ୍ୟେକ ଅଞ୍ଚଳ ପାଇଁ ଦୁଇ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରଯାଇଥିଲା । ଏଥି ସହ ସମସ୍ତ ଖାଲିସ୍ଥାନ ପୂରଣ ଓ ସମ୍ବିଧାନ ସଂଶୋଧନ ପାଇଁ ଏକ ସବ କମିଟି ଗଠନ କରାଯାଇଥିଲା । ଏହି ସବୁ ପ୍ରସ୍ତାବ ଉପରେ ସଂଗଠନ ସମ୍ପାଦକ ଶ୍ରୀ ନାୟକଙ୍କ ସମେତ ଉପଦେଷ୍ଟା ଗଙ୍ଗାଧର ନାୟକ, ସମ୍ପାଦକ ସନାତନ ନାୟକ, ଉପସଭାପତି ଦୀନ ବନ୍ଧୁ, ନରେଶ ପଟେଲ, ଅଞ୍ଚକ ସଭାପତି ଗଣ ପ୍ରଜ୍ଜ୍ୱଳ ପଟେଲ, ବନମାଳି ନାୟକ, ହରିଶଙ୍କର ସାଏ, ଯୁବ ସଭାପତି ଯଶୋବନ୍ତ ନାୟକ, ରାମ ଚନ୍ଦ୍ର ପଟେଲ ପ୍ରମୁଖଙ୍କର ସମେତ ବିଭିନ୍ନ ମଣ୍ଡଳର ସଭାପତି, ନିର୍ବାଚନ ଅଧିକାରୀ ଓ କର୍ମକର୍ତ୍ତା ଗଣ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସାଧାରଣ ସମ୍ପାଦକ ଦିଲ୍ଲୀପ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.