ମୋଗଲ ଅତ୍ୟାଚାରର ଶିକାର ହୋଇଥିବା ମନ୍ଦିର ଗୁଡିକର ପୁନଃରୁଦ୍ଧାର ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶୀର ଜ୍ଞାନବାପୀ ମସଜିଦ ତଳେ ଏକ ମନ୍ଦିର ଥିବା ଦାବୀକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ସେଇ ବିବାଦ ନିଆଁରେ ଘିଅ ଢ଼ାଲିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଭିଏଚ୍‌ପି ନେତା ଶ୍ରୀ କୁସୁମ ମୋଗଲ ଶାସକମାନଙ୍କ ଅତ୍ୟାଚାରର ଶିକାର ହୋଇଥିବା ସମସ୍ତ ମନ୍ଦିର ଗୁଡିକର ପୁନଃରୁଦ୍ଧାର ପାଇଁ ଦାବୀ କରିଥିବା ବେଳେ “ଦି ପ୍ଲେସ ଅଫ ଓରସିପ ଆକ୍ଟ – ୧୯୯୧”କୁ ଅତିଶୀଘ୍ର ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ମନ୍ଦିରଗୁଡିକ ଭାରତର ହଜାର ହଜାର ବର୍ଷ ଆଧ୍ୟାତ୍ମ ଓ ଜ୍ଞାନର ମୂଳ କେନ୍ଦ୍ର ଭାବେ ରହି ଆସିଥିବା ବେଳେ ଭାରତୀୟ ସଭ୍ୟତାର ପ୍ରତୀକ ଭାବରେ ରହି ଆସିଛନ୍ତି । ତେଣୁ ସନାତନ ହିନ୍ଦୁ ସଂସ୍କୃତିକୁ ଶେଷ କରିବାକୁ ମୋଗଲ ଶାସକ ମାନଙ୍କର ସବୁଠାରୁ ବଡ଼ ଷଡଯନ୍ତ୍ର ଥିଲା ମନ୍ଦିର ଗୁଡିକୁ ଭାଙ୍ଗିବା । ଏହି କାରଣ ପାଇଁ ମହମ୍ମଦବିନ କାସିମଠାରୁ ଆରମ୍ଭ କରି ଔରାଙ୍ଗଜେବ ଯାଏ ସମସ୍ତେ କେବଳ ମନ୍ଦିର ଗୁଡିକୁ ହିଁ ଧ୍ୱସ୍ତ କରିବାରେ ଲାଗିଥିଲେ । କେବଳ ମୋଗଲ ଶାସନ ସମୟରେ ହିଁ ୩୬ ହଜାର ମନ୍ଦିରକୁ ନଷ୍ଟ କରାଯାଇଥିବା ବେଳେ ୩ ହଜାର ମନ୍ଦିର ଉପରେ ମସଜିଦ, ମିନାର ଦରଘା ଆଦି ନିର୍ମାଣ କରାଯାଇଥିଲା । ତେବେ ଭାରତ ସ୍ୱାଧୀନ ହେବା ପରେ କାଶୀ, ମଥୁରା ସମେତ ବିଭିନ୍ନ ସ୍ଥାନ ଗୁଡ଼ିକରେ ଥିବା ଦାସତ୍ୱର କଳଙ୍କକୁ ସମାପ୍ତ କରି ଦିଆଯିବାର ଆବଶ୍ୟକତା ଥିଲା । ତେଣୁ ମୋଗଲ ଶାସକ ମାନଙ୍କ ଅତ୍ୟାଚାରର ଶିକାର ହୋଇଥିବା ମନ୍ଦିର ଗୁଡିକର ଏକ ସୂଚୀ ତିଆରି କରି ଅତିଶୀଘ୍ର ଏହାର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଭିଏଚ୍‌ପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ।

Leave A Reply

Your email address will not be published.