Daily Archives

ସ୍ଵାମୀ ବିବେକାନନ୍ଦଙ୍କ ୧୬୨ତମ ଜନ୍ମୋତ୍ସବ ତିଥି ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମରେ ସଂପାଦକ ସ୍ଵାମୀ ଅଶୋକାନନ୍ଦଜୀଙ୍କ ପୌରୋହିତ୍ୟରେ ସ୍ଵାମୀ ବିବେକାନନ୍ଦଙ୍କ ୧୬୨ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏନେଇ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ସାଧୁ ମେହେରଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାଧୁ ମେହେରଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଖୁଣ ଅଭିନୟ ଦ୍ୱାରା ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥାୟୀ ଶାନ୍ତି କମିଟି ପ୍ରତିଷ୍ଠା ଦାବି କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବଲାଙ୍ଗିର ତଥା ପଡୋଶୀ ଜିଲ୍ଲା ଗୁଡିକ ମଧ୍ୟ ନିର୍ଭର କରି ଆସୁଛନ୍ତି । ହସ୍ପିଟାଲରେ ରୋଗୀ ତଥା ରୋଗୀ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ନିୟମିତ ଗଣ୍ଡଗୋଳର ଘଟଣାମାନ ମଧ୍ୟ ସାମନାକୁ ଆସୁଛି । ଏହାର
Read More...

ଲକ୍ଷ୍ମୀବସ୍‌ କଣ୍ଡକ୍ଟର ଓ ଡ୍ରାଇଭର ନିଯୁକ୍ତି ନାଁରେ ଟଙ୍କା ଆଦାୟ ଅଭିଯୋଗ : ଟିଟିଲାଗଡ଼ ଥାନାରେ ଏତଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ଏକ ତାରିଖ ଗୁରୁବାର ଦିନ ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ଓ ଡ୍ରାଇଭର ଭାବେ ନିଯୁକ୍ତି ଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଆଦାୟ ଭିଡ଼ିଓ ଖବର ପ୍ରସାରଣ ହେବା ପରେ ଓଏସ୍‌ଆର୍‌ଟିସି ବିଭାଗର ବଲାଙ୍ଗିର ୟୁନିଟ ପରିବହନ ଅଧିକାରୀ ଅମିତ କୁମାର ମିଶ୍ର
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ବିଶ୍ଵ ଓଡ଼ିଆ ଭାଷା ଦିବସ ଓ ଶ୍ରୀଜଗନ୍ନାଥଙ୍କ ଆଲୋଚନାଚକ୍ର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ଵ ଓଡ଼ିଆ ଭାଷା ଦିବସ ଓ ଶ୍ରୀଜଗନ୍ନାଥଙ୍କ ଆଲୋଚନାଚକ୍ର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ
Read More...

ୟୁଜିଆଇଇର ଟେକ୍ନୋଫିନିଟି ୨୦୨୪ ଆସନ୍ତା ୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ (ୟୁଜିଆଇଇ)ର ପ୍ରାକ୍ତନ ଛାତ୍ର ସଂଘଙ୍କ ବାର୍ଷିକୋତ୍ସବ ଟେକ୍ନୋଫିନିଟି ୨୦୨୪ ଆସନ୍ତା ୪ ତାରିଖ ଦିନ ୟୁଜିଆଇଇ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି
Read More...

ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ଶବ ଉଦ୍ଧାର : ସନ୍ଦେହଜନକ ମୃତ୍ୟୁ

ଜୟପାଟଣା, (ଶେଷ ଦେବ ବେହେରା) : ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ହେଡୱର୍କରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ (୨୯) ଗତ ଗୁରୁବାର ଦିନଠାରୁ ନିରୁଦ୍ଧିଷ୍ଟ ଥିବାବେଳେ ଶୁକ୍ରବାର ଦିନ ସକାଳ ୯ଟା ବେଳେ ତାଙ୍କର ମୃତଦେହ ସଂପୃକ୍ତ କେନାଲରୁ ଠାବ କରିଥିବା ସୂଚନା ମିଳିଛି । ଏ
Read More...

ଡୁମେରପଡ଼ା ଗ୍ରାମରେ ୨୫ଜଣ ନୂଆ ଭୋଟରଙ୍କ ବିଜେଡ଼ି ଦଳରେ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଡୁମେରପଡ଼ା ଗ୍ରାମରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିଥିବା ୨୫ଜଣ ସାବାଳକ ଯୁବକଯୁବତୀ କଣ୍ଟାବାଞ୍ଜିର ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ
Read More...

କାଠପୋଲ ହିଁ ଲୋକଙ୍କ ଭରସା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ତାପିତଙ୍କ ସମସ୍ୟା ସରିନଥିବା ବେଳେ ପ୍ରକଳ୍ପ ସନ୍ନିକଟ କିଛି ଗ୍ରାମବାସୀ ଏବେ ଏଥି ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଲୋଇସିଂହା ବ୍ଲକ ବାନିପାଲି ପଞ୍ଚାୟତ ଦାଣ୍ଡପାଣିଠାରୁ ତବଳବାଞ୍ଜି ରାସ୍ତାରେ
Read More...

ପ୍ରାପ୍ୟ ନ ମିଳିବାରୁ ହସ୍ପିଟାଲରୁ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କଲେ ଠିକାଦାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ସକାଶେ ୫-ଟି ଯୋଜନାରେ ସରକାର ତିନିକୋଟି ଟଙ୍କା ଯୋଗାଇ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ସରକାର ଏତେ ଟଙ୍କା ଯୋଗାଇ ଦେଇଥିଲେ ମଧ୍ୟ ଏହି ଡାକ୍ତରଖାନାରେ ନିରନ୍ତର ପାନୀୟ ଜଳର ସୁବ୍ୟବସ୍ଥା କରିବା
Read More...