Browsing Tag

rourakela news

ଉତ୍କଳ ନବଜୀବନ ମଣ୍ଡଳ ତରଫରୁ ମାଳତୀ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ନବଜୀବନ ମଣ୍ଡଳ ଜଗଦାଠାରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ନେତ୍ରୀ, ସମାଜରେ ହେଉଥିବା ଶୋଷଣ, ଅନ୍ୟାୟ, ଅତ୍ୟାଚାରରେ ପୀଡିତ ଚାଷୀ, ମୂଲିଆ, ଗରୀବ ଆଦିବାସୀ, ହରିଜନଙ୍କ ମୁକ୍ତି ସଂଗ୍ରାମର ପ୍ରତୀକ…
Read More...

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ନୟାଡେରାଠାରେ ମାଝୀ ମାଣ୍ଡଆ ଓ ରଘୁନାଥ ଯୁବକ ସଂଘ ତରଫରୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ପରମ୍ପରାର ନୃତ୍ୟ ଗୀତ ମାଧ୍ୟମରେ ଗ୍ରାମବାସୀଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ମାଝୀ ମାଣ୍ଡଆର ଆବାହକ…
Read More...

ଯୁବତୀଙ୍କ ଘର ଆଗରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଜଣେ ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା ନାଁ ହତ୍ୟା ସେ ନେଇ…
Read More...

ଗାଳ୍ପିକା ମଞ୍ଜୁଳା ରଥଙ୍କ ଗଳ୍ପ ସଂକଳନ ‘ସ୍ମୃତିର ବେଳାଭୂମିରୁ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍ ତଥା ଗାଳ୍ପିକା ମଞ୍ଜୁଳା ରଥଙ୍କ ଅଷ୍ଟମ ଗଳ୍ପ ସଂକଳନ ' ସ୍ମୃତିର ବେଳାଭୂମିରୁ ' ସେକ୍ଟର ୭ସ୍ଥିତ ଇସ୍ପାତ ସାହିତ୍ୟ ସଂସଦଠାରେ ଉନ୍ମୋଚିତ ହୋଇଯାଇଛି । ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ…
Read More...

ଗରିମାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗରିମା ଓ ସେକ୍ଟର ୧ ସ୍ଥିତ ବିବେକାନନ୍ଦ ଶିକ୍ଷା ସଦନର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରିମାର ଅଧ୍ୟକ୍ଷ ସୁନିଲ…
Read More...

ଶ୍ରଦ୍ଧାରେ ରାଜକିଶୋର ରାଜଗୁରୁ ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଠାରେ ଅନୁଷ୍ଠାନର ପ୍ରଥମ ସଭାପତି ଡା. ରାଜକିଶୋର ରାଜଗୁରୁ ମହାପାତ୍ରଙ୍କ ଅଷ୍ଟମ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତା…
Read More...

ଆର୍‌ପିଭିଏ ଓ ପାଓ ପକ୍ଷରୁ ଦୁଇଦିନିଆ କର୍ମଶାଳା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫୋଟୋଗ୍ରାଫରସ୍‌ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍‌ ବା (ଆର୍‌ପିଭିଏ) ଓ ଫୋଟୋଗ୍ରାଫିକ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ପିଏଓ)ର ମିଳିତ ଆନୁକୂଲ୍ୟରେ ଏକ ଦୁଇଦିନିଆ ସିନେମାଟିକ ଭିଡିଓ କର୍ମଶାଳା ଆୟୋଜିତ ହୋଇଯାଇଛି । ୨୪ ଓ ୨୫ ତାରିଖ ଦୁଇଦିନ ଧରି ଏହି…
Read More...

ଟାଏକୋଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଟାଏକୋଣ୍ଡୋ ୟୁନିଅନ ଦ୍ଵାରା ଛାତ୍ରଛାତ୍ରୀଙ୍କ କଲର୍ ବେଲ୍ଟ ପ୍ରୋମୋସନ ଟେଷ୍ଟ ରାଉରକେଲା ସ୍ଥିତ ସିଭିଲ ଟାଉନସିପଠାରେ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନର ମୁଖ୍ୟ କାର୍ଯ୍ୟାଳୟରେ ସେକ୍ରେଟାରୀ ଜେନେରାଲ ମାଷ୍ଟର ମୁକେଶ କୁମାର ସାହୁଙ୍କର ତତ୍ୱାବଧାନରେ…
Read More...

ଆର୍‌ପିଏର ଦୁଇ ଦିନିଆ ତାଲିମ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୨୩ ଓ ୨୪ ଦୁଇ ଦିନ ଚାଲିଥିବା ଶିବିରକୁ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍ (ଆରପିଏ)ର ସଭାପତି ଅତୁଳ ସାଙ୍ଗଭି ଉଦ୍‌ଘାଟନ କରିଥିଲେ । ରାଉରକେଲା ଫଟୋଗ୍ରାଫର ସଂଘ ପକ୍ଷରୁ ସିନେମାଟୋଗ୍ରାଫି ତାଲିମ ଶିବିର ୨୪ ଜୁଲାଇ ସନ୍ଧ୍ୟାରେ ସେକ୍ଟର- ୫ ସ୍ଥିତ…
Read More...

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡର ୩୦ତମ ସ୍ଥାପନା ଦିବସ ରାଧିକା ରିଜେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୧-୨୨ର ସଭାପତି ଲାୟନ ଇନ୍ଦ୍ରମଣୀ ନାୟକ, ସଂପାଦକ ଲାୟନ ଝୁନୁ ନାୟକ ଓ କୋଷାଧ୍ୟକ୍ଷ ଲାୟନ ନାଫିସ ରବନୀ କ୍ରମାନ୍ୱୟରେ ୨୦୨୨-୨୩ର ନୂତନ…
Read More...