ls

ଓସିଏ ଭିଜନ ୨୦୨୪ : ପ୍ରଥମ ମ୍ୟାଚରେ ଗାନ୍ଧିନଗର କ୍ରିକେଟ ଦଳ ବିଜୟୀ

2020

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ଦିବସରେ ଗାନ୍ଧିନଗର କ୍ରିକେଟ ଦଳ ଓ ଏମସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗାନ୍ଧିନଗର ଦଳ ପ୍ରଥମେ ବ୍ୟାଟିଂ କରି ୪୨.୪ ଓଭରରେ ସମସ୍ତ ୱିକେଟ ହରାଇ ୨୩୧ ରନ ସ୍କୋର କରିଥିଲା । ଗାନ୍ଧିନଗର ଦଳ ତରଫରୁ ସର୍ବାଧିକ ଟୁନା ମିଶ୍ର ୪୭ ରନ, ସୁଜିତ ଚନ୍ଦନ ୩୭ ଆଶୁତୋଷ ବାଗ ୨୨ ରନ୍ ସଂଗ୍ରହ କରିଥିଲେ । ଏମସିସି ଦଳ ତରଫରୁ ବୃତ୍ତି ସାହୁ ସର୍ବାଧିକ ୪ ଗୋଟି ୱିକେଟ, ସାଗର ଡ଼ଗରା ୨ ଗୋଟି ଓ ଶିବଦତ୍ତ ମାଝି ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୨୩୨ରନର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଏମସିସି ଦଳ ସମସ୍ତ ୱିକେଟ ହରାଇ ମାତ୍ର ୮୯ ରନ୍ କରି ୧୪୩ ରନରେ ପରାଜିତ ହୋଇଥିଲେ । ଏମସିସି ଦଳ ତରଫରୁ ସୁମନ ନନ୍ଦ ସର୍ବାଧିକ ୨୨ ରନ ଓ ସାଗର ଡ଼ଗରା ମାତ୍ର ୧୫ ରନ କରିବାକୁ ସଫଳ ହୋଇଥିଲେ । ଗାନ୍ଧିନଗର ଦଳ ତରଫରୁ ସଫଳ ବୋଲର ଭାବରେ ସୁଜିତ ଚନ୍ଦନ ମାତ୍ର ୮ ରନ ଦେଇ ୩ ୱିକେଟ ଶିବରାଜ ମଲ୍ଲିକ ୯ ରନ ଦେଇ ୩ ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ବାଇଁ ପରିଚାଳନା କରିଥିବା ବେଳେ ଜଗତ ପ୍ରସାଦ ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.