csstore

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ଟେପସା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଷଷ୍ଠ ଦିବସରେ ଜାମଖୁଣ୍ଟା ପଂଚାୟତ ସରପଂଚଙ୍କ ପ୍ରତିନିଧି ଗୌରଲାଲ ମହାନନ୍ଦ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଷଷ୍ଠ ଦିବସରେ ପ୍ରଥମ ରାଉଣ୍ଡରେ ମନିଗାଁ ଓ ଦେବଙ୍ଗ ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ମନିଗାଁ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଟେପସା ଓ ଗଣ୍ଡାବସା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ଟେପସା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ମନୁ ମାଝୀ ସହଯୋଗ କରିଥିଲେ । ମମିଆଁ ଗାଁର ବୈବ ମଙ୍ଗରାଜ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟୀର ଛବି ବେହେରା, ଅକ୍ଷ ମଙ୍ଗରାଜ, ଚିନ୍ତା ବେହେରା, କେଶବ ବେହେରା, ଘାଟୁ ଭୋଇ, ଝସକେତନ ଭୋଇ, ଇଶ୍ୱର ଭୋଇ, ମୁଟୁ ଭୋଇ, ବିରେନ୍‌ ବେହେରା, ମତିରାମ ବେହେରା, ଜାନକୀ ଭୋଇ, କିଶୋର ଭୋଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.