pakka

ଟିକସ ପ୍ରଧାନ – ଏକ ଅମ୍ଲାନ ପ୍ରତିଭା

kalikesh
  • ରମେଶ ବାରିକ(ଝାରବନ୍ଧ)

ଝାରବନ୍ଧ ବ୍ଲକର ଏକ ପରିଚିତ ଓ ଚର୍ଚ୍ଚିତ ଚେହେରା ଟିକେଶ୍ୱର ପ୍ରଧାନ/ଟିକସ ପ୍ରଧାନ । ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟ ଥିଲେ । ଜାତୀୟ କଂଗ୍ରେସର ଆଜୀବନ ସଦସ୍ୟ ଥିଲେ ସୁଦ୍ଧା ଅନ୍ୟ ଦଳପ୍ରତି ହିଂସା ମନୋଭାବ ନ ଥିଲା । ଝାରବନ୍ଧର ସମସ୍ତ ଅନୁଷ୍ଠାନ ସହ ଅଂଗାଂଗୀ ଭାବେ ମିଶି ରହୁ ଥିଲେ । ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି, ଗ୍ରାମ ପଂଚାୟତ ସରପଞ୍ଚ, ପ୍ରାଥମିକ ସେବା ସମବାୟ ସମିତିର ସଭାପତି, ଡାଇରେକ୍ଟର, କୁଲିତା ସମାଜର କାର୍ଯ୍ୟକାରିଣୀ ସଦସ୍ୟ, ମହା ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, ସାର୍ବଜନୀନ ଦୁର୍ଗାପୂଜ‍ାର ସଭାପତି, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଅନେକ ସରକାରୀ ବେସରକାରୀ ଅନୁଷ୍ଠାନରେ ତାଙ୍କର ସକ୍ରୀୟ ଯୋଗଦାନ ଯୋଗୁଁ ସେ ସମସ୍ତଙ୍କର ଆତ୍ମୀୟ ଥିଲେ । ମୁଖ୍ୟତଃ ବୁଢା ସରପଞ୍ଚ ବେଳେ ସମସ୍ତେ ଟିକସ ସରପଞ୍ଚକୁ ବୁଝିଥିଲେ । ସେ ଜଣେ ସରଳ, ନିଷ୍କପଟ, ଉଦାରଚିନ୍ତାଶୀଳ ବ୍ୟକ୍ତି ଥିଲେ । ୭ ତାରିଖ ରବିବାର ରାତିରେ ତାଙ୍କର ତିରୋଧାନରେ ସମଗ୍ର ଅଞ୍ଚଳ ନୀରବ ରହିଥିଲା । ହଠାତ୍‌ ତାଙ୍କର ପରଲୋକ ନିକଟସ୍ଥ ଲୋକମାନେ ମଧ୍ୟ ଖବର ପାଇ ପାରି ନ ଥିଲେ । କାରଣ ଦିନ ସାରା ଲୋକମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଅବଶ୍ୟ ମଝିରେ ତାଙ୍କର ସ୍ବାସ୍ଥ୍ୟ ଠିକ ନ ଥିବାରୁ ଚିକିତ୍ସିତ ହେଉଥିଲେ । ଏପରି ପୂଣ୍ୟାତ୍ମା ବିରଳ ପ୍ରତୀୟମାନ ହୁଏ । ମହାନ ବ୍ୟକ୍ତିତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ।

pp
Leave A Reply

Your email address will not be published.

eighteen − 13 =