pakka

ସତ କଥା

bbehera

ଆଜ୍ଞା ଆମର ଘର ହେଇପାରୁନି, ଟିକେ ନ୍ୟୁଜ କରିଦିଅନ୍ତୁ …
ଆଜ୍ଞା ଆମ ଗାଁରେ ଦୁର୍ନୀତି ହେଉଛି, ଟିକେ ନ୍ୟୁଜ କରିଦିଅନ୍ତୁ…
ଆଜ୍ଞା ପୋଲିସ ଆମ କଥା ଶୁଣୁନି, ଟିକେ ନ୍ୟୁଜ କରିଦିଅନ୍ତୁ…
ଆଜ୍ଞା ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ଦିଆଯାଉନି, ଟିକେ ନ୍ୟୁଜ କରିଦିଅନ୍ତୁ…
ଆଜ୍ଞା ଆମ ଗାଁ ମେଲଣର, ଟିକେ ନ୍ୟୁଜ କରିଦିଅନ୍ତୁ…
ଆଜ୍ଞା ଆମ ଗାଁରେ ପାଣିର ବହୁତ ଅସୁବିଧା, ଟିକେ ନ୍ୟୁଜ କରିଦିଅନ୍ତୁ…
ଆଜ୍ଞା ଆମେ ସମସ୍ୟାରେ ଅଛୁ, ଆର୍ଥିକ ସାହାଯ୍ୟ ଦରକାର, ଟିକେ ନ୍ୟୁଜ କରିଦିଅନ୍ତୁ…
ଆଜ୍ଞା ଜୋର ଜବରଦସ୍ତ ମତଦାନ ହେଉଛି, ଟିକେ ନ୍ୟୁଜ କରିଦିଅନ୍ତୁ….

ରାତି ପାହିବା ପୂର୍ବରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ଏମିତି ଅନେକ କଲ୍ ଆସୁଥାଏ । ଫୋନ କରୁଥିବା ବ୍ୟକ୍ତି ଅଚିହ୍ନା ଥିଲେ ବି ଘଟଣାର ସତ୍ୟତା ବୁଝିବା ପରେ ଖବର ସଂଗ୍ରହ କରିବାକୁ ବାହାରିପଡେ ସାମ୍ବାଦିକ । ଖବର ପ୍ରସାରଣ ବା ଛପା ହେବା ପରେ ଅନେକ ସମସ୍ୟାର ସମାଧାନ ହୋଇଯାଏ । କିନ୍ତୁ, ଅନେକ ସମୟରେ ଅସାମାଜିକ ଲୋକଙ୍କ ଆକ୍ରୋଶର ଶୀକାର ହୁଅନ୍ତି ସାମ୍ବାଦିକ । ହଁ ଆଜ୍ଞା, ୟେ ସେହି ସାମ୍ବାଦିକ ଯିଏ ଆପଣଙ୍କ ସୁଖ ଦୁଃଖ ସମୟର କଥାକୁ ଦୁନିଆ ସାମ୍ନାକୁ ଆଣୁଛି ।

ଆଜି ସମୟ ଆସିଛି ସମସ୍ତ ସାଧାରଣ ଜନତା ମାନଙ୍କୁ ଅନୁରୋଧ ଯିଏ ଆପଣଙ୍କ ସୁଖ ଦୁଃଖରେ ସାଥୀ ହୋଇ ଆପଣଙ୍କ ହକ୍ ପାଇଁ ଲଢେଇ କରେ ତାକୁ ଆପଣ ମାନେ ସୁରକ୍ଷା ଦେବାରେ କୁଣ୍ଠାବୋଧ କରନ୍ତୁ ନାହିଁ । କାରଣ ସେ ବି ଜଣେ ଆପଣଙ୍କ ପରି ମଣିଷ ସେ ମଧ୍ୟ ରକ୍ତ, ହାଡ, ମାଂସରେ ଗଢ଼ା ତାର ମଧ୍ୟ ଆପଣଙ୍କ ପରି ଘର ଦ୍ଵାର ପିଲା ଛୁଆ ସ୍ତ୍ରୀ ସଂସାର ଅଛି । ସେ ମଧ୍ୟ ଚାହେଁ ଖବର ସଂଗ୍ରହ ପରେ ନିଜ ଘରକୁ ଯାଇ ବିଶ୍ରାମ କରିବ କିନ୍ତୁ କିଛି ଖଳ ପ୍ରକୃତିର ଲୋକମାନେ ସେ ଖବର ସଂଗ୍ରହ କଲାବେଳେ ତାକୁ ଆକ୍ରମଣ କରନ୍ତି । ସେତେବେଳେ ଆପଣଙ୍କ ଖବର ସଂଗ୍ରହ କରୁଥିବା ଲୋକଟି ଅସହାୟ ହୋଇପଡେ । କିନ୍ତୁ, ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ କେବେ ମଧ୍ୟ ସାମ୍ୱାଦିକ ଟିଏ ମାଡ଼ ଖାଇଲା ବେଳେ କୌଣସି ସାଧାରଣ ଜନତା ତାକୁ ଉଦ୍ଧାର କରିବାର ନଜିର ନାହିଁ । ଆଜି ସମୟ ଆସିଛି ଆପଣଙ୍କ ହକ୍ ପାଇଁ ଲଢେଇ କରୁଥିବା ସାମ୍ୱାଦିକ ଟିକୁ ସୁରକ୍ଷା କରିବା ପାଇଁ ଆପଣ ମାନେ ଆଗେଇ ଆସନ୍ତୁ ।

  • ସତ୍ୟ, ବରଗଡ଼
jay balangir
Leave A Reply

Your email address will not be published.

6 + nine =

error: Content is protected !!