pakka

ସଦର ବ୍ଲକବାସୀଙ୍କୁ ନିବେଦନ କଲେ ନରସିଂହ : ଏକ ଶସକ୍ତ ଜିଲ୍ଲା ପରିଷଦ ଗଠନ ପାଇଁ ଯଶୋବନ୍ତୀଙ୍କୁ ଭୋଟ ଦିଅନ୍ତୁ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) :ଏକ ଶସକ୍ତ ଜିଲ୍ଲା ପରିଷଦ ଗଠନ ପାଇଁ ଯଶୋବନ୍ତୀଙ୍କୁ ଭୋଟ ଦିଅନ୍ତୁ ବୋଲି ସଦର ବ୍ଲକବାସୀଙ୍କୁ ନିବେଦନ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ପ୍ରଚାର ସମୟରେ ସେ କହିଛନ୍ତି ଯେ, ଗାଁର ଅପହଞ୍ଚ ଇଲାକାରେ ବିକାଶ ପହଞ୍ଚାଇବା ହେଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଲକ୍ଷ । ପଞ୍ଚାୟତକୁ ଶହ ଶହ କୋଟିର ଅନୁଦାନ ସତ୍ୱେ ସରକାରୀ ଉଦାସୀନତା, ଅଧିକାରୀଙ୍କ ସ୍ଥାଣୁତା ତଥା ଦୁର୍ବଳ ନେତୃତ୍ୱ ଯୋଗୁଁ ଗାଁର ବିକାଶ ଧିମେଇ ଯାଉଛି । ଏପରିକି ଅନେକ ଗ୍ରାମବାସୀ ତାଙ୍କର ସର୍ବନିମ୍ନ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି । ତେଣୁ ଏକ ଶସକ୍ତ ଜିଲ୍ଲାପରିଷଦ ଗଠନ ପାଇଁ ଆମକୁ ଏକ ଦୃଢ ନେତୃତ୍ୱ ବାଛିବାକୁ ହେବ । ଅନ୍ୟପକ୍ଷରେ ସମାଜର ପଛୁଆ ଓ ଆଦିବାସୀ ବର୍ଗ ବିଜେପି, ବିଜେଡି ଦଳ ବିରୁଦ୍ଧରେ ଏକଜୁଟ ହୋଇ, କଂଗ୍ରେସର ଜିଲ୍ଲା ପରିଷଦ ଗଠନ ସପକ୍ଷରେ ମତଦାନ କରିବା ସ୍ପଷ୍ଟ ଜଣାପଡୁଛି । ଏଭଳି ସ୍ଥିତିରେ ଜିଲ୍ଲାପରିଷଦରେ ଏକ ଶସକ୍ତ ନେତୃତ୍ୱ ପାଇଁ ବଲାଙ୍ଗିର ବ୍ଲକ ୨୨ ନଂ ଜିଲ୍ଲା ପରିଷଦରେ କଂଗ୍ରେସ ପ୍ରାର୍ଥିନୀ ଯଶୋବନ୍ତୀ ବଘାରଙ୍କୁ ହାତ ଚିହ୍ନରେ ବିପୁଳ ଭୋଟ ଦାନ କରି ଜୟଯୁକ୍ତ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକବାସୀଙ୍କୁ ନିବେଦନ କରିଛନ୍ତି ।
ଆଜି ସଦର ବ୍ଲକ ଜୋନ ୨୨ ଅନ୍ତର୍ଗତ ଢୁଲୁସର, ଚୁଡାପାଲି, ତୁଷୁରାବାହାଲ, ଡଙ୍ଗାଘାଟ, ସାନତେଲେନପାଲି, ସର୍ଗାଡ, ଭୁଣ୍ଡିମୁହାଣ, ଗର୍ଜନ ଓ ମାୟାବର୍ହା ଅଂଚଳରେ କଂଗ୍ରେସ ପ୍ରାର୍ଥିନୀ ଯଶୋବନ୍ତୀ ବଘାରଙ୍କ ସହ ନିର୍ବାଚନୀ ପ୍ରଚାର ସମୟରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲା ପରିଷଦକୁ ଅନେକ ଅନୁଦାନ ଆସୁଛି । ଯେଉଁ ସଭ୍ୟମାନେ ନିର୍ବାଚିତ ହୋଇଯାଉଛନ୍ତି, ସେମାନେ ଏହି ଅର୍ଥର ସଦ ଉପଯୋଗ କରିପାରୁ ନାହାନ୍ତି । ଏ ଦିଗରେ ସେମାନଙ୍କୁ ଉଚ୍ଚ ନେତୃତ୍ୱ ମଧ୍ୟ ରାସ୍ତା ଦେଖାଉ ନଥିବା ବେଳେ ଅଧିକାରୀମାନେ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି । ବିଗତ ଜିଲ୍ଲାପରିଷଦମାନେ ପ୍ରାୟତଃ ସତ୍ତାଧାରୀ ବିଜେପି ଓ ବିଜେଡି ଦଳର ନେତୃତ୍ୱରେ ଚାଲିଥିଲା । ତଥାପି ଅଂଚଳର ଉନ୍ନତିରେ ସେମାନଙ୍କ କୌଣସି ଭୂମିକା ଥିବା ଜଣା ପଡୁନାହିଁ । ସେମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଅଂଚଳରେ ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅତ୍ୟାବଶକୀୟ କ୍ଷେତ୍ରରେ ମଧ୍ୟ କୌଣସି ଦୀର୍ଘ ମୀଆଦି ଯୋଜନା ହୋଇପାରିନାହିଁ । ଯାହା କିଛି ଅନୁଦାନ ଆସିଛି ତାହା ମଧ୍ୟ ଲୋକ ମଙ୍ଗଳରେ ବିନିଯୋଗ ହୋଇ ପାରିନଥିବା ବେଳେ କେବଳ ପ୍ରୀୟାପ୍ରିତି ତୋଷଣରେ ସୀମିତ ରହିଛି । ଫଳରେ ଗ୍ରାମପଞ୍ଚାୟତ ଓ ଜିଲ୍ଲା ପରିଷଦର ଅବସ୍ଥା ବଦଳୁ ନାହିଁ । ତେଣୁ ଏହି ଅଂଚଳକୁ ଏକ ନୂତନ ଆଶାର କିରଣ ଓ ଦୃଢ ନେତୃତ୍ୱ ଦେବା ପାଇଁ ଜନତା ଜୋନ ୨୨ର କଂଗ୍ରେସ ପ୍ରାର୍ଥିନୀ ଯଶୋବନ୍ତୀ ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ନିର୍ବାଚିତ କରନ୍ତୁ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କରିିଛନ୍ତି । ଆଜିର ଏହି ନିର୍ବାଚନୀ ସଭାମାନଙ୍କରେ କଂଗ୍ରସ ନେତା ରାଧାକାନ୍ତ ଭୋଇ, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ଚୁଡାପାଲି ସରପଞ୍ଚ ଘାସୀରାମ ବେହେରା, ଲୋକନାଥ କୁମୁରା, ପଙ୍କଜ ମାଲ, ମୁରଲି ମଲ୍ଲିକ ଓ କୁଲମଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 − four =