ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସରକାରୀ ଅଧିକାରୀ ଧନୁର୍ଜୟ ଧୋବା

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ସୋମବାର ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସେ ହେଲେ ମୃତ୍ତିକା ସଂରକ୍ଷଣ ବିଭାଗ ପର୍ଯ୍ୟବେକ୍ଷକ ଧନୁର୍ଜୟ ଧୋବା । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ମୃତ୍ତିକା ସଂରକ୍ଷଣ ବିଭାଗ ପର୍ଯ୍ୟବେକ୍ଷକ ଧନୁର୍ଜୟ ଏମ୍‌ଜିଏନ୍‌ଆର୍‌ଇଜିଏ କାମର ବିଲ୍‌ କରାଇଦେବା ପାଇଁ ୩୫ ହଜାର ଟଙ୍କା ଦାବୀ କରିଥିଲେ । ଏନେଇ ହିତାଧିକାରୀ ଜଣକ ଭବାନୀପାଟଣା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭବାନୀପାଟଣା ଗାନ୍ଧୀଛକ ନିକଟରେ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ଧନୁର୍ଜୟଙ୍କୁ ଧରିବାରେ ସଫଳ ହୋଇଥିଲେ । ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଭବାନୀପାଟଣା କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

three − 2 =