
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସପ୍ତମ ସମ୍ବଲପୁରୀ ନୃତ୍ୟ ଉତ୍ସବ ୨୦୨୬ ସେକ୍ଟର ୨ ସ୍ଥିତ ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସଭାପତିତ୍ୱ କରିଥିଲାବେଳେ ବେଳେ ଅତିଥି ଭାବେ ଶିକ୍ଷାବିତ୍ ସୌଦାମିନୀ ସିଂହ, ମୁଦଗର କୋଚ୍ ବଲଭିନ୍ଦର ସୋହାଟି, ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର, କବି ଅଭିରାମ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂସ୍କୃତି ଓ ପରମ୍ପରା ଉପରେ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ଅନୁଷ୍ଠାନ ସହାୟକ ହୋଇଥିବାରୁ ସାଧୁବାଦ ଦେଇଥିଲେ । ସମ୍ବଲପୁର, ରାଉରକେଲା ତଥା ବିଭିନ୍ନ ଅଞ୍ଚଳରୁ ପ୍ରତିଯୋଗୀମାନେ ସମ୍ବଲପୁରୀ ନୃତ୍ୟ, ମଡେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷତା କରିଥିବା ଶ୍ରୀ ରାଉତ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଓ ଅଧ୍ୟକ୍ଷ ଶ୍ରୀ ପଣ୍ଡା ମଞ୍ଚ ସଂଯୋଜନା ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବି ଅଭିରାମ ପ୍ରଧାନ ଓ ଦିବାକର ଦାସ କବିତା ପାଠ କରିଥିଲେ । ପ୍ରତିଯୋଗିତା ଗୁଡିକରେ ରବର୍ଟ ହାଇଫିଲ, ପୂଜା ନାୟକ, ଦୀପକ ଶ୍ରେଷ୍ଠ ପ୍ରମୁଖ ବିଚାରକ ଦାୟିତ୍ଵ ତୁଳାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଚିତ୍ରା ଦର୍ଜୀ, ସତ୍ୟମ ମୋଦକ, ସସ୍ମିତା ପ୍ରଧାନ, ପ୍ରମୋଦ ଜଗଦ୍ଦେବ, ଆନା ମେରୀ ଥୋମାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।