ବରିଷ୍ଠ ନାଗରିକ ସଂଘର ନୂତନ ଗୃହ ପ୍ରବେଶ ଉତ୍ସବ

csstore

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ନିକଟରେ ବରିଷ୍ଠ ନାଗରିକ ସଂଘର ନୂତନ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ଧୂପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାଵେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସଂଘର ସଭାପତି ତଥା ବରିଷ୍ଠ ପୁରୋହିତ ଚିନ୍ତାମଣି ମିଶ୍ର, ସମ୍ପାଦକ ମନ୍ମଥ କୁମାର ରାଉଳ, ଉପଦେଷ୍ଠା ଡ଼ଃ.ମଧୁସୂଦନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ସମ୍ପାଦକ ମନ୍ମଥ କୁମାର ରାଉଳ ସଂଘର ବିବରଣୀ ପଠନ କରିଥିଲେ । ଅତିଥି ଗଣ ନିଜ ବକ୍ତବ୍ୟରେ ବରିଷ୍ଠ ନାଗରିକ ନିଜକୁ ବୟସର ଅପରାହ୍ନ ନଭାବି ଶିକ୍ଷା, ସ୍ଵାସ୍ଥ୍ୟ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଆଦି ଜନ ସଚେତନତା ଭଳି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆଗକ୍ଷମୀ ପିଢ଼ିକୁ ଦିଗଦର୍ଶନ ଦେବାକୁ କହିଥିଲେ । ପ୍ରଶାସନ ସବୁ ବେଳେ ସବୁ ସମୟରେ ବରିଷ୍ଠ ନାଗରିକଙ୍କୁ ସାହଯ୍ୟ ଓ ସହଯୋଗର ହାତ ବଢ଼େଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ସଂଘର ଆବାହକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.