jayashree

ବଡ଼ମାଲ ଗୋଳାବାରୁଦ କାରଖାନା କଲୋନୀରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ସଇଁତଲା, (ଖୁସିରାଣୀ ସାହୁ) : ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ମା’ ଦୁର୍ଗାଙ୍କ ଭସାଣି ଉତ୍ସବ। ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନାର ଟାଇପ୍‌-୧ କଲୋନୀ ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଛି ମା’ଙ୍କ ବିଦାୟ ପର୍ବ । ଦୀର୍ଘ ୧୫ ବର୍ଷ ଧରି ଏଠାରେ ଦୁର୍ଗାପୂଜା ଆୟୋଜିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧା ଓ ଉତ୍ସାହର ସହ ପୂଜା ପାଳନ କରାଯାଇଥିଲା । ଭସାଣି ଶୋଭାଯାତ୍ରାରେ ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ଓ ହୁଳହୁଳିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା । ମା’ଙ୍କୁ ବିଦାୟ ଦେବା ସମୟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ପୂଜାରେ ଗତିକୃଷ୍ଣ ସେଠ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ସେଠ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଓଁକାର ସେଠ, ସୁଜିତ, ବିଶ୍ୱଜିତ, ନିକିତା ଓ ମକାରୁ ସେଠଙ୍କ ସମେତ କଲୋନୀବାସୀ ଏହି ଉତ୍ସବରେ ସହଯୋଗ କରିଥିଲେ । ଶେଷରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ କାମନା କରି ବିଦାୟ ଜଣାଇଥିଲେ ।

Leave A Reply

Your email address will not be published.