jayashree

ଭଗବତୀ କୌଶଲ୍ୟା ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଗବତୀ କୌଶଲ୍ୟା ସ୍କୁଲ ଅଫ ନର୍ସିଂର ପ୍ରଥମ ବର୍ଷ ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ମାନେ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ସେବା କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି । ଅନୁଷ୍ଠାନର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନର୍ସିଂ ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାମଜୀ ଯୁବକ ସଙ୍ଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ସାଇଟ ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର ସ୍ନିଗ୍ଧା ମିନତୀ ଦାନୀ, ସହ ଅଧ୍ୟକ୍ଷା ପ୍ରଫେସର ଲୋପାମୁଦ୍ରା ମିଶ୍ର ଯୋଗଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ବିନୋଦିନୀ ଦାସ ସଭାପତିତ୍ୱ କରିଥିଲେ । ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ବ୍ରହ୍ମା ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ ସାନ୍ତନା ୱାଘ୍ ପରିଚାଳନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟାପକ ପୁରନ୍ଦର ସାହୁ, ସ୍ୱାଗତିକା ନାୟକ, ମୌସୁମୀ ବାଗ, ସଲୋନି ହରପାଲ, ସଲୋମୀ ଟାକ୍ରୀ, ଶୁଭଦର୍ଶିନୀ ମେହେର, ପରେଶ ଭୋଇ, ମାନଭଞ୍ଜନ ମିଶ୍ର, ରବି ବାରିକ, ପ୍ରତିମା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.