oom

ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର

jsmm

ନବରଙ୍ଗପୁର : ନବରଙ୍ଗପୁର ସହର କେଉଟ ସାହିର ନୃସିଂହନାଥ ପାତ୍ର ଯୁକ୍ରେନର ଟେରନୋଫିଲ ଜାତୀୟ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପାଠ ପଢିବାକୁ ଯାଇ ରୁଷ-ଯୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି । ପ୍ରଧାନ ଶିକ୍ଷକ ରଜନୀ ପାତ୍ର ଏବଂ ଶିକ୍ଷୟତ୍ରୀ ରଞ୍ଜିତା ଦାସଙ୍କ ଏକ ମାତ୍ର ପୁଅ ନୃସିଂହ ନାଥ ପାତ୍ର ନବରଙ୍ଗପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ା ସରିଲା ପରେ ଯୁକ୍ରେନର ଟେରନୋଫିଲ ଜାତୀୟ ମେଡିକାଲ ୟୁନିଭେର୍ସିଟିରେ ଏବେ ପଞ୍ଚମ ବର୍ଷ ଡାକ୍ତର ପାଠ ପଢୁଛନ୍ତି । କିନ୍ତୁ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ହେବା ଫଳରେ ସେ ଭାରତୀୟ ଦୁତାବାସବାସରେ ରହିଥିବା ଜଣାଯାଇଛି । ଅନ୍ୟ ପଟେ ପୁଅକୁ ସୁରକ୍ଷିତ ଭାବରେ ଭାରତକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ପରିବାର ଲୋକ । ତେବେ ଡାକ୍ତରୀ ପାଠର ଫାଇନାଲ ପରୀକ୍ଷା ଥିବାରୁ ସେଠାରେ ସେ ରହିଥିଲେ । ଅଚାନକ ଭାବେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ସେଠାରେ ଫସି ରହିଥିବା ପୁଅକୁ ଫେରାଇ ଆଣିବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.