ଉଦ୍‌ଘାଟନ ପୂର୍ବରୁ ଭୁସୁଡିଲା କେର୍ମେଲି ଗ୍ରାମ୍ୟ ଉଦ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ଉଦ୍ୟାନ ମାନ ତିଆରି ହେଉଛି । ଏପରି ଏକ ଗ୍ରାମ୍ୟ ଉଦ୍ୟାନ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ କେର୍ମେଲି ଗାଁରେ ତିଆରି ହୋଇଛି । ଗ୍ରାମ୍ୟ ଉଦ୍ୟାନଟି ଅତି ନିମ୍ନମାନରେ ତିଆରି ହୋଇଥିବାର ଚିତ୍ର ଜଳ ଜଳ ଦେଖାଯାଉଛି । ଉଦ୍‌ଘାଟନ ହେବା ପୂର୍ବରୁ ଗତ ଦୁଇ ତିନି ଦିନ ଲଗାଣ ଝିପିଝିପି ବର୍ଷାରେ ମାଟି ଧୋଇ ହୋଇଯାଇଛି । କେଉଁଠି ପ୍ଳିଣ୍ଟମେଣ୍ଟ ଭାଙ୍ଗି ଯାଇ ପାଚେରୀ ଧଷେଇ ଗଲାଣିତ କେଉଁଠି ସ୍ଥାନେ ସ୍ଥାନେ ପାଚେରି ଫାଟି ଆଁ କଲାଣି । ଉଦ୍ୟାନ ଭିତରକୁ ପଶିବା ପ୍ରବେଶ ଦ୍ବାରରେ ମାଟି ଦବିଯାଇ ଝୁଲି ଗଲାଣି ସଂପୂର୍ଣ୍ଣ ଗେଟ୍ ଓ‌ ପାଚେରି । ମନରେଗାରୁ ନିର୍ମାଣ ହେଉଥିବା ଏହି କାମର ସୂଚନା ଫଳକ ବି ନାହିଁ । କେତେ ଟଙ୍କା ଖର୍ଚ୍ଚରେ ଉଦ୍ୟାନ ଟି ନିର୍ମାଣ ହୋଇଛି ସର୍ବସାଧାରଣ ଜାଣିପାରୁ ନାହାନ୍ତି । ନିୟମ ଅନୁସାରେ ଯେକୌଣସି ଉନ୍ନୟନମୂଳକ ପ୍ରକଳ୍ପ କାମ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ତିଆରି କରି କାମର ସଂପୂର୍ଣ୍ଣ ବିବରଣୀ ଦେବା କଥା କିନ୍ତୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଗୋଟିଏ ବି ଉନ୍ନୟନ ମୂଳକ ପ୍ରକଳ୍ପ କାମ ଆରମ୍ଭ କରିବା ପୂର୍ବରୁ କାମ ଶେଷହେବା ପର୍ୟ୍ୟନ୍ତ କେହିବି ସୂଚନା ଫଳକ ତିଆରି କରୁନାହାନ୍ତି । ଯାହାଫଳରେ ସର୍ବସାଧାରଣଙ୍କ ଆଖି ଆଢୁଆଲରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସମସ୍ତ ଠିକା କାମ ହେଉଛି । ଗାଁ ପରିମଲ ଧୁବାତୋଠରୁ ସଦୃଶ୍ୟ ଗାଇସିଲେଟ ବ୍ଳକର ବାହାରେ ସ୍ବଚ୍ଛତାର ଯେଉଁ ଚିତ୍ର ଦୃଶ୍ୟମାନ ହେଉଛି ତାହା ସଂପୂର୍ଣ୍ଣ ଓଲଟା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବରଗଡ ଜିଲ୍ଲାପାଳ ଏବଂ ୫ଟି ସଚିବ ଦୃଷ୍ଟିଗୋଚର କରନ୍ତୁ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

twenty − ten =