pakka

ମହିମୁଣ୍ଡା ସରଶ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

bbehera
  • ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ – ବ୍ଲକ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ମହିମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇଦିନ ଧରି ଚାଲିଥିବା ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ହାଇସ୍କୁଲ ପଡିଆ ଠାରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା କ୍ରୀଡା ସଂଯୋଜକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ମହିମୁଣ୍ଡା ସରପଞ୍ଚ ରଂଜିତା ଭୋଇ, ସ୍କୁଲ ପରିଚାଳନା କମିଟିର ସଭାପତି ଶିକ୍ଷାବିଦ୍‌ ଗଗନବିହାରି ପଧାନ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ମହିମୁଣ୍ଡା ସ୍କୁଲରେ ଶୈକ୍ଷିକ ବାତାବରଣ ରହିଛି, କିନ୍ତୁ ଅନେକ ଭିତ୍ତିଭୂମି ନିର୍ମାଣ ପାଇଁ ବାକିଆ ରହିଛି । ସେସବୁ ଭିତ୍ତିଭୂମିର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଧାନ କହିଥିଲେ । ସେହିପରି ବକ୍ତା ଭାବରେ ଯୋଗ ଦେଇଥିବା ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ବିଦ୍ୟାଳୟ ସ୍ତରରେ ହେଉଥିବା କ୍ରୀଡାରେ ଯେଉଁ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ମନୋଭାବ ଦେଖାନ୍ତି ସେମାନେ ଜୀବନରେ ଉନ୍ନତି କରିଥାନ୍ତି ବୋଲି କହିଥିଲେ । କ୍ରୀଡା ଜୀବନକୁ ଶୃଙ୍ଖଳ ଓ ସୁସ୍ଥ କରିଥାଏ ବୋଲି ଅନ୍ତର୍ଯ୍ୟାମୀ ବିଶ୍ୱାଳ କହିଥିଲେ । ସଭା ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ମୋମେଣ୍ଟୋ ଦେଇ ଅତିଥିଗଣ ପୁରସ୍କୃତ କରିଥିଲେ । ପ୍ରଥମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଖୁବ୍‌ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମା’ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମକୁ ଗୁରୁଜୀ ଜିତେନ୍ଦ୍ର ଭୋଇ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 × one =

error: Content is protected !!