oom

ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ମିନି ଷ୍ଟାଡିୟମରେ ୩ ଦିନଧରି ଚାଲିଥିବା ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆର୍‌ଏସ୍‌ପି ସହରସେବା ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀ, ସମାଜସେବୀ ଗୋପାଳ ଦାସ, ସୁନ୍ଦରଗଡ ଡିଏଏ ଉପାଧ୍ୟକ୍ଷା ମେରି ଜଓହନ ବାଗେ, ଜଲଦା ସରପଞ୍ଚ ଗୀତା ଓରାମ, ସମିତି ସଭ୍ୟା ନେନା ଭଞ୍ଜ, ଡାକ୍ତର ଦେବାଶିଷ ମହନ୍ତ, ସମାଜସେବୀ ହେମନ୍ତ ନାୟକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ, ସମ୍ମାନିତ ଅତିଥି ଶ୍ରୀ ତନ୍ତୀ ଓ ଅନ୍ୟମାନେ କ୍ରୀଡାର ଉପାଦେୟତା ଓ ତାହା ମାଧ୍ୟମରେ ଭାଇଚାରା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଖେଳରେ ରାଉରକେଲା ତଥା ଏହାର ଆଖପାଖ ଅଞ୍ଚଳରୁ ୧୨ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଜଲଦା ଏ ଟିମ୍ ଓ ୱଇବିସି ବନ୍ଧପୋଷ ମଧ୍ୟରେ ଖେଳା ଯାଇଥିଲା । ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଟ୍ରାଇବ୍ରେକର ଜରିଆରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ୱଇବିସିକୁ ହରାଇ ବିଜୟୀ ହେଇଥିଲା । ଅତିଥିମାନେ ବିଜୟୀ ଟିମ୍ ଓ ରନର୍ସ ଅପ୍ ଟିମ୍‌କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ମ୍ୟାଚରେ ରେଫ୍ରି ଭାବେ ବାନୁ ବାଉରୀ, ରାଜକୁମାର ପାଣିଗ୍ରାହୀ, ରଞ୍ଜିତ ଓରାମ, ଡାକୁରା ମୁର୍ମୁ, ସୁଶାନ୍ତ ଧରନ୍ତି ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିବା ବେଳେ ସୋମାଇ ସୋରେନ, ପି.ଏନ୍‌ ମହାପାତ୍ର, ବିନୋଦ କୁଜୁର, ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୂମିଜ, ସମ୍ପାଦକ ସୁନିଲ ଭଞ୍ଜ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.