jsm

ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରର କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସୋମବାର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା ଶ୍ରୀମତୀ କାମିନୀ ପୁଟେଲଙ୍କ ସହ ବିଦ୍ୟାଳୟ ସଭାପତି ଯୋଗେଶ୍ୱର ମହାନ୍ତି, ପୃଷ୍ଠପୋଷକ ଇନ୍ଦ୍ରମଣି ଅତବୁଦ୍ଧି, ଗାଁ ଗୌନ୍ତୀଆ ଉମାକାନ୍ତ ଝାଙ୍କର୍, ମୁଖ୍ୟ ବକ୍ତା ଭାବେ ବୁଢାଡଙ୍ଗର କଲେଜ ଅଧ୍ୟକ୍ଷ ଛବିଳ ବଗର୍ତ୍ତୀ ଯୋଗ ଦେଇଥିଲେ । ଆଚାର୍ଯ୍ୟ ମେଘୁମଣି ସା ସଭା ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଫକୀର ମୋହନ ସାହୁଙ୍କ ନେତୃତ୍ୱରେ ବୁଢାଡଙ୍ଗର ମନ୍ଦିରରୁ ମଶାଲଯାତ୍ରା ଆରମ୍ଭ ହୋଇ ସ୍କୁଲ ପଡିଆରେ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.