ପିଙ୍କ୍‌ ସ୍କାଇ କ୍ରେଚ୍‌ ଚାଇଲ୍ଡ ଡେ କେୟାର ସେଣ୍ଟର ଉଦ୍‌ଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗିର ସହରର ସିଭିଲ କୋର୍ଟ ପଛପଟେ ପିଙ୍କ୍‌ ସ୍କାଇ କ୍ରେଚ୍‌ ନାମକ ଚାଇଲ୍ଡ୍ ଡେ କେୟାର ସେଣ୍ଟରର ଶୁଭ ଉଦ୍‌ଘାଟନ ହୋଇଯାଇଛି । କ୍ରେଚର୍‌ ପ୍ରତିଷ୍ଠାତ୍ରୀ ଆଶା ଆର୍ଯ୍ୟାଙ୍କ ଉଦ୍ୟମରେ ସ୍ଥାପିତ ଏହି ଅନୁଷ୍ଠାନକୁ ପୌରାଧ୍ୟକ୍ଷା ଲିକା ସାହୁ ଫିତା କାଟି ଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପୌର ପରିଷଦ ସଦସ୍ୟା ସରିତା ଦାଶ, ବନ୍ଧୁବର୍ଗ ଓ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହି ଅନୁଷ୍ଠାନର ସଫଳତା କାମନା କରିଥିଲେ । ବଲାଙ୍ଗିର ସହରର କାର୍ଯ୍ୟରତ ଅଭିଭାବକଙ୍କ ପାଇଁ ଏଭଳି ଏକ ଗୁଣାତ୍ମକ କ୍ରେଚ୍‌ ସମୟର ଆବଶ୍ୟକତା ଥିଲା ଏବଂ ଏହା ଶିଶୁମାନଙ୍କର ସୁରକ୍ଷିତ ଯତ୍ନ ଓ ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ପିଙ୍କ୍‌ ସ୍କାଇ କ୍ରେଚ୍‌ ମାଧ୍ୟମରେ ଶିଶୁମାନଙ୍କୁ ସୁରକ୍ଷିତ, ସ୍ନେହପୂର୍ଣ୍ଣ ଓ ଶିକ୍ଷଣ ଅନୁକୁଳ ପରିବେଶ ପ୍ରଦାନ କରିବା ସହ କାର୍ଯ୍ୟରତ ଅଭିଭାବକଙ୍କ ବିଶ୍ୱସ୍ତ ସହଯୋଗୀ ହେବା ଲକ୍ଷ୍ୟ ରହିଛି ବୋଲି ପ୍ରତିଷ୍ଠାତ୍ରୀ ଆଶା କାର୍ଯ୍ୟା କହିଥିଲେ । କାର୍ଯ୍ୟକ୍ରମକୁ ସ୍ମାଇଲ ଫର ଅଲ୍‌ର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.