pakka

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟିତ

bbehera
  • ୧୮୦ ଜଣ ପଞ୍ଜିକରଣ, ୪୬ ଜଣ ଅପରେସନ ଓ ୪୧ଙ୍କୁ ଚଷମା ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ପୁରୁଣା ଏମ୍‌. ଇ. ସ୍କୁଲ ପରିସରରେ ସଇଁତଲା ଯୁବ ସ୍ୱେଚ୍ଛାସେବୀ ଓ ଟିଟିଲାଗଡ଼ ଏସ.ସି.ଡ଼ି.ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ସୁବ୍ରତ ନାଗ, ସଇଁତଲା ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିମୟୀ ମହାପାତ୍ର, ଡାକ୍ତର ବିଶ୍ୱଜିତ ମିଶ୍ର, ପିଏଚଇଓ ମୀନାକୁମାରୀ ତ୍ରିପାଠୀ, ସମାଜସେବୀ ମଦନଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଚକ୍ଷୁ ହେଉଛି ମଣିଷର ମୁଖ୍ୟ ଅଙ୍ଗ । ତାହାର ଉଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେବା ସହିତ ଏଭଳି ମହତ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ ଆକାରରେ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ସିଂଭୋଇ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରିଥିଲେ । ଏଥିରେ ଟିଟିଲାଗଡ଼ ଏସ.ସି.ଡ଼ି ବିଭାଗର ଡାକ୍ତର ପ୍ରଣତି ସାହୁ, ନିର୍ଦ୍ଦେଶକ ମୋହିତ କୁମାର ଦାସ, କୋଡିନେଟର ଶୈଳେନ୍ଦୁ ନନ୍ଦ, ଟେକ୍ନିସିୟନ ପ୍ରାଣରଞ୍ଜନ ସାଗର, ରଶ୍ମିତା ତାଣ୍ଡି, ନର୍ସ ସୁନେମିଆ ନନ୍ଦ, ପ୍ରମିଳା ଦାସ ଓ ରମେଶ ବାଗ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କରିଥିଲେ । ଏଥିରେ ୧୮୦ ଜଣ ପଞ୍ଜିକରଣ କରିଥିବା ବେଳେ ୪୧ଜଣଙ୍କ ଚକ୍ଷୁ ପରୀକ୍ଷା କରି ଚଷମା ପ୍ରଦାନ କରିଥିଲେ । ଏଥିରେ ୪୬ ଜଣଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ଟିଟିଲାଗଡ଼ ଏସ.ସି.ଡ଼ି. ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଶିବିରରେ ପୂର୍ବତନ ସମିତି ସଭ୍ୟ ଛନ୍ଦାଚରଣ ବେହେରା, ଯୁବ ସଂଗଠକ ରାଜା ପଟ୍ଟନାୟକ, ସାମ୍ବାଦିକ ପ୍ରମୋଦ ସେଲମା, ସରୋଜ ବାଗ, ସଞ୍ଜୟ ଅଗ୍ରୱାଲ, ଅମିତ ରଥ, ଉମେଶ ଭୋଇ, ରାଜା ବୈଠାରୁ, ପ୍ରଶାନ୍ତ ପୃଷେଠ, ପଙ୍କଜ ସାହୁ, ଏସ.ବି. ଇମରସନଙ୍କ ସମେତ ସ୍ଥାନୀୟ ଯୁବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

5 + thirteen =