ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଦେବରାଜ ଭୋଇଙ୍କୁ ମିଳିଲା ଟ୍ରାଇସାଇକଲ

ଗୋଲାମୁଣ୍ଡା : ଜନ୍ମରୁ ଗୋଡ ଅକାମି ହେତୁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ବହୁତ କଷ୍ଟକର ଥିଲା । ଶୌଚାଳୟ ଯିବା ଠାରୁ ସ୍ନାନ ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଥିଲା । ସରକାରୀ ଓ ଜନ ପ୍ରତିନିଧିମାନଙ୍କୁ କହି କହି ଥକି ଯାଇଥିଲେ ଜଣେ ଅସହାୟ ଦିବ୍ୟାଙ୍ଗ । ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ଗୋଲାମୁଣ୍ଡା ବ୍ଲକ ଗର୍ଗାବ ଗାଁରେ । ସୂଚନା ଅନୁସାରେ, ଗର୍ଗାବ ଗାଁର ଦେବରାଜ ଭୋଇ(୪୦) ଦିବ୍ୟାଙ୍ଗ ହେତୁ ଚାଲି ପାରନ୍ତି ନାହିଁ । ପିତା ରାମପ୍ରସାଦ ଭୋଇ(୮୦) ଓ ମାତା କୁନ୍ତୀ ଭୋଇ(୭୫) ବୃଦ୍ଧ ହୋଇ ମଧ୍ୟ ପରିଣତ ବୟସରେ ପୁଅର ଦେଖାଶୁଣା କରୁଥିଲେ । ଦେବରାଜଙ୍କୁ ଶୌଚ ହେବା ଠାରୁ ଗାଧୋଇବା ସବୁ ଦାୟିତ୍ୱ ପିତା ମାତା ବହୁତ କଷ୍ଟରେ କରାଉଥିଲେ । ଦେବରାଜଙ୍କ ଗୋଡ ଅକାମି ହେତୁ ବାହାରକୁ ଯିବା ଆସିବା ପାଇଁ ହାତ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରୁଥିଲେ । ଏହି ସମସ୍ୟା ବିଷୟରେ ଚେରଗାଁର ପ୍ରକାଶ ନାଏକ ନାମକ ଜଣେ ଯୁବକ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଏହି ବିଷୟରେ ଯଶୋବନ୍ତ ରଣା ଜାଣିବା ପରେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ମଦନଜିତ ହୋତାଙ୍କୁ ଜଣାଇ ଦେବରାଜ ଭୋଇଙ୍କୁ ଏକ ଟ୍ରାଇସାଇକଲ ଦେବାକୁ ଅନୁରୋଧ କରିଥିଲେ । ଶ୍ରୀ ହୋତାଙ୍କ ନିର୍ଦ୍ଦେଶ କ୍ରମେ ଗୋଲାମୁଣ୍ଡା ବିଏସଏସଓଙ୍କ ଜରିଆରେ ଦେବରାଜଙ୍କୁ ଏକ ଟ୍ରାଇସାଇକଲ ପ୍ରଦାନ କରିଛନ୍ତି । ଦେବରାଜ ଟ୍ରାଇସାଇକେଲ ପାଇବାପରେ ଖୁସି ହୋଇ ଟ୍ରାଇସାଇକଲରେ ଗାଁ ରାସ୍ତାରେ ବୁଲୁଛନ୍ତି । ତାଙ୍କର ବହୁତ ଦିନର ସ୍ୱପ୍ନକୁ ସାକାର କରିଥିବାରୁ ପଡାବାସୀ ସମାଜସେବୀ ଯଶୋବନ୍ତ ରଣା, ପ୍ରକାଶ ନାଏକ, ଶଙ୍କର ଖୁରା, କହେଁଇ ତାଣ୍ଡି, ଡ଼ିଏସଏସ ମଦନଜିତ ହୋତା, ଅରୁଣ ମହାପାତ୍ର, ଗୋଲାମୁଣ୍ଡା ବିଏସଏସଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

sixteen − 14 =